ଭୁବନେଶ୍ୱର – ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ , ୫- ଟି ସଚିବ ଭି କେ ପାଣ୍ଡିଆନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ -ଡାଲମା ଖାଇଛନ୍ତି । ଶୁକ୍ରବାର ମୁଖ୍ୟ ଶାସନ ସଚିବ , ୫-ଟି ସଚିବ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ବøଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧା ବାବଦରେ ସମୀକ୍ଷା କରିଥିଲେ । ଏହା ପରେ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଯାଇ ଭାତ ଡାଲମା ଖାଇଥିଲେ ।
ଆହାର କେନ୍ଦ୍ର ସାଧାରଣ ଲୋକଙ୍କ ସହ ମିଶି ଖାଦ୍ୟ ଖାଇବା ସହ ଏହାର ସ୍ୱାଦ , ପରିମାଣ ଓ ସ୍ୱଚ୍ଛତା ଏବଂ ସେବା ସମ୍ପର୍କରେ ପଚାରି ବୁଝିଥିଲେ ।
ଏହା ପୂର୍ବରୁ ସେମାନେ ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କୁ ସ୍ୱାସ୍ଥ୍ୟବସ୍ଥା ବାବଦରେ ପ·ରି ବୁଝିବା ସହ ଡାକ୍ତରଖାନାର ସମସ୍ୟା ବାବଦରେ ସମୀକ୍ଷା କରିଥିଲେ । ଏହାସହ ସିଡିଏମଙ୍କୁ କିପରି ରୋଗୀମାନେ ସମସ୍ତେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ସେ ନେଇ ପରାମର୍ଶ ଦେଇଥିଲେ ।