
ଗଞ୍ଜାମ– ଗୋଠରୁ ଅଲଗା ହୋଇ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇ ଟାମଣା ବିଟ୍ ହାଉସ୍ ରେ ଚିକିତ୍ସାଧିନ ଥିବା ତିନି ମାସର ହାତୀ ଛୁଆକୁ ଆଜି ଏଠାରୁ ଢ଼େଙ୍କାନାଳ ସ୍ଥିତ କପିଳାସ ଜଙ୍ଗଲକୁ ନେବାର ବ୍ୟବସ୍ଥା କରାଯାଇଛି । ସେଠାରେ ହାତୀ ଛୁଆଟିକୁ ଜଙ୍ଗଲରେ ଛଡାଯିବ । ଏହି ଅବସରରେ ହାତୀଟିକୁ ଉଦ୍ଧାର କରି ପାଳିଥିବା ବନରକ୍ଷୀ ମାନେ ଏହି ଦୁଇ ଦିନର ସମ୍ପର୍କ ଭିତରେ ଭାବବିହ୍ୱଳ ହୋଇପଡିଥିଲେ । ଏକ ସ୍ୱତନ୍ତ୍ର ଯାନ ଯୋଗେ ହାତୀ ଛୁଆଟିକୁ କପିଳାସ ଜଙ୍ଗଲକୁ ନିଆଯିବାର ବ୍ୟବସ୍ଥା କରାଯାଇଛି ।
ଗତ ୨୯ ତାରିଖ ଦିନ ଏହି ତିନି ହାତୀ ଛୁଆଟିକୁ ଚିକିଟି ନିକଟସ୍ଥ ବାହୁଦା ଚିଙ୍ଗୁଡ଼ି ଜଳ ହ୍ରଦରୁ ଧିବର ମାନେ ଉଦ୍ଧାର କରିଥିଲେ । ଏହି ଛୁଆ ହାତୀଟିକୁ ହାତୀ ପଲ ସଙ୍ଗରେ ନନେଇ ଛାଡି ଚାଲିଯାଇଥିଲେ । ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ହାତୀଛୁଆଟିକୁ ଟାମଣା ବିଟ୍ ହାଉସ୍ କୁ ଆଣିଥିଲେ । ସେଠାରେ ତାର ଚିକିତ୍ସା କରାଯାଇଥିଲା । ହାତୀ ଛୁଆଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO