କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ଷ୍ଟେସନ ରୋଡ଼ ନିକଟ ବୁଦ୍ଧ ମନ୍ଦିର ପରିସରରେ “ବୋଧିଚକ୍ର “ତରଫରୁ ବୁଦ୍ଧ ଦର୍ଶନ ଉପରେ ସାପ୍ତାହିକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି |ସୋସାଇଟିର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା |ସମଗ୍ର ମାନବ ଜାତିର କଲ୍ୟାଣ କେବଳ ବୁଦ୍ଧ ଦର୍ଶନର ମୂଳମନ୍ତ୍ର ବୋଲି ଉପସ୍ଥିତ ବକ୍ତା ମାନେ କହିଥିଲେ |ସଂମ୍ମାନିତ ଅତିଥି ସମାଜସେବୀ ଚକ୍ରଧର ମହାପାତ୍ର, ଡ଼ ପ୍ରମୋଦ ଦଳେଇ, ପ୍ରମୋଦ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ରର ସାମଞ୍ଜସ୍ୟ ବୁଦ୍ଧଙ୍କ ସହିତ ରହି ଆସିଛି ବୋଲି ପ୍ରକାଶ କରିଥିଲେ |ବୁଦ୍ଧ ଦର୍ଶନ ଜୀବନଚର୍ଯ୍ୟାର ମୂଳଦର୍ଶନ ଏବଂ ହଜାର ହଜାର ବର୍ଷର ଏହି ଧର୍ମ ମାନବ ଜାତିର କଲ୍ୟାଣରେ ସମର୍ପିତ ବୋଲି ଅଧ୍ୟାପକ ଡ଼ ବଳରାମ ଦାଶ, ରଞ୍ଜିତା ମହାପାତ୍ର, ସାମାଜିକ କର୍ମି ଲଲାଟେନ୍ଦୁ ମିଶ୍ର,ସମ୍ପାଦକ ରମା ବଲ୍ଲଭ ମହାପାତ୍ର, ଶିଶୁ ସମାଚାର ପ୍ରତିଷ୍ଠାତା ସୁକାନ୍ତ ପଣ୍ଡା ମତ ବ୍ୟକ୍ତ କରିଥିଲେ |ଉତ୍ସବରେ ଅନ୍ନପୂର୍ଣ୍ଣା ମହାପାତ୍ର, ଗୀତାରାଣୀ ଦୀକ୍ଷିତ, ଦୟାନିଧି ପଣ୍ଡା, ରାମଚନ୍ଦ୍ର ମିଶ୍ର, ଆଇନଜୀବି ଅଶୋକ, ମଦନ ମୋହନ ଜେନା, ପ୍ରଭାକର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ |ପ୍ରଚାରକ ଉମେଶ ଚନ୍ଦ୍ର ଦାଶ ଉତ୍ସବକୁ ପରିଚାଳନା କରିଥିଲେ |
ଏହି ସୂଚନା ସାମାଜିକ କର୍ମି ଲଲାଟେନ୍ଦୁ ମିଶ୍ର ପ୍ରଦାନ କରିଥିଲେ |