ତାମିଲନାଡୁରେ ଗତ ୨୪ ଘଂଟାରେ ୯୫୭ କରୋନାର ନୂଆ ମାମଲା
ଚେନ୍ନାଇ,ତାମିଲନାଡୁରେ ଗତ ୨୪ ଘଂଟାରେ ୯୫୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୧୬,୧୩୨ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୧୨,୦୯୨ ହୋଇଛି ।
ମଣିପୁରରେ ଗତ ୨୪ ଘଂଟାରେ କରୋନାର ୩୬ ନୂଆ ମାମଲା
ଇମ୍ଫାଲ ,ମଣିପୁରରେ ଗତ ୨୪ ଘଂଟାରେ ୩୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୮,୦୯୬ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୩୫୩ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।