
ପ୍ରକୃତି ମଣିଷ କରୁଣାକର ପାଇଲେ ଜାତୀୟ ତୁଳସୀ ଆଇକନ ସମ୍ମାନ -୨୦୨୦ । ପ୍ରକୃତି ଓ ପରିବେଶ କୁ ସୁରକ୍ଷା ଦେଇ ପାରିଲେ,ଜୀବ ଜଗତ ସୁରକ୍ଷିତ ରହି ପାରିବ। ମଣିଷ ସମାଜ ସୁଖି ତଥା ନୀରୋଗ ଜୀବନଯାପନ କରିପାରିବ । ସେଥିପାଇଁ ସର୍ବଦା ପିଲାମାନଙ୍କୁ ଶିକ୍ଷା ଦାନ ସହ ପରିବେଶ ଉପରେ ଗୁରୁତ୍ବ ଦେଇ ନିଜ ବିଦ୍ୟାଳୟକୁ ସର୍ବଦା ସବୁଜ ବଳୟ ଭିତରେ ରଖି ବିଭିନ୍ନ ପ୍ରକାରର ସୁନ୍ଦର ବଗିଚା ତିଆରି କରି ଅନେକ ସମୟର ଭିନ୍ନ ଭିନ୍ନ ପ୍ରକାରର ଫୁଲ,ଫଳ ଓ ଅନ୍ୟାନ୍ୟ ଗଛ ନିଜ ବିଦ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ ଅଫିସ୍, ରାସ୍ତା ପାଖ, ମନ୍ଦିର ଏପରିକି ବିଭିନ୍ନ ବିଦ୍ୟାଳୟକୁ ଚାରା ପ୍ରଦାନ କରି ପରିବେଶ ସୁରକ୍ଷା ଦିଗରେ ସୁନାମ ଅର୍ଜନ କରିଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ତାର୍ଲାକୋଟା, ମାଲକାନଗିରିର ଆଦର୍ଶ ଶିକ୍ଷକ, ପରିବେଶ ବିତ୍,କରୋନା ଯୋଦ୍ଧା, ଶ୍ରେଷ୍ଠ ସଙ୍ଗଠକ,କବି ମଞୁଳ ,ମାଲ୍ଯବନ୍ତଶ୍ରୀ , ପ୍ରକୃତି ମଣିଷ କରୁଣାକର ମଲିକ ଜାତୀୟ ତୁଳସୀ ପାଳନ ଅବସରରେ ତୁଳସୀ ବୃକ୍ଷ ରୋପଣ କରି ଗ୍ରୀନ୍ ଇଣ୍ଡିଆ ପରିବାର ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ ” ଜାତୀୟ ତୁଳସୀ ଆଇକନ୍ -୨୦୨୦ ” ସମ୍ମାନିତ ହୋଇଛନ୍ତି। ଶ୍ରୀ ମଲିକ ଜାତୀୟ ସମ୍ମାନ ପାଇଥିବାରୁ ଛାତ୍ର ଛାତ୍ରୀ ତଥା ବୁଦ୍ଧିଜୀବି ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO