-
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବିଜୁ ଛାତ୍ର ଜନତା ଦଳ
-
ବିଧାୟକ କହିଲେ, ସ୍ଵାଗତଯୋଗ୍ୟ ନିଷ୍ପତ୍ତି
ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ କ୍ୟାବିନେଟରେ ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ପ୍ରସ୍ତାବ ପାରିତ ହୋଇଛି। ଓଡ଼ିଶାର ସରକାରୀ ସ୍କୁଲ ମାନଙ୍କରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବା ଏବଂ ଏହି ଅସମାନତାକୁ ସଂଶୋଧନ କରି ଡାକ୍ତର ଓ ଇଂଜିନିୟର ହେବା ସ୍ବପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବାଲେଶ୍ଵର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାଗତ କରାଯାଇଛି।
ଏ ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ଏକ ଧନ୍ୟବାଦ ଜ୍ଞାପନ ସଭା ସ୍ଥାନୀୟ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ସଦରର ବିଧାୟକ ସ୍ୱରୁପ କୁମାର ଦାସ ଯୋଗ ଦେଇ ଏହା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ, କୁଶାଲ ଚାଟାର୍ଜୀ, ବ୍ରଜ କିଶୋର ପ୍ରଧାନ, ମନୋରଞ୍ଜନ ମହାରଣା, ବିଜୟ ଜେନା, ଦେବଶ୍ରୀ ମହାନ୍ତି, ଶୁଭମ ସାଇ ମହାପାତ୍ର, ରାହୁଲ ନାୟକ, କିରଣ ନାଥ, ବ୍ରଜରାଜ ଦାସ, ସୁଶୀଲ ପଣ୍ଡା, ସାଜିଦ କାଦ୍ରୀ, ସବ୍ୟସାଚୀ ପୃଷ୍ଟି, ଜଗତ ଜୀବନ ମହାନ୍ତି, ସୁରଜ ସାହୁ, ପ୍ରିତେଶ ଦାସ, ପ୍ଲାବନ ଦାସ, ଜୀବନ ସଂଗ୍ରାମ ମିଶ୍ର, ପ୍ରଭୁପାଦ ନାୟକ, ସାହିଲ ଅଖତର, ସହଵାଜ କାଦ୍ରୀ, ମହେଶ ଦତ୍ତଙ୍କ ସମେତ ଶତାଧିକ ଛାତ୍ର ଜନତା ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ। ଅପର ପକ୍ଷରେ ରାଜ୍ୟ କ୍ୟାବିନେଟରେ ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ବଜାୟ ରଖିବା ପାଇଁ ଓଡ଼ିଶାର ବରପୁତ୍ରମାନଙ୍କ କାର୍ଯ୍ୟଧାରା ତଥା ଜୀବନୀ ଆଧାରିତ ବିଷୟଗୁଡିକ ସାମିଲ କରିବା ଏବଂ ସପ୍ତମ, ଅଷ୍ଟମ, ନବନ ଛାତ୍ରଛତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ସମ୍ମାନ ସହ ବୃତ୍ତି ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ନିଆ ଯାଇଛି। ଏହି ପ୍ରସ୍ତାବକୁ ତ୍ୱରିତ ଭାବେ ବିଚାର କରି ଏହାକୁ ଆଗତ କରାଯାଇଥିବାରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିପୁଳ ସ୍ବାଗତ କରାଯାଇଛି।