
ଭୁବନେଶ୍ୱର– କଂଗ୍ରେସ ସ୍ଥାପନା ଦିବସ ଅବସରରେ ଦଳ ପକ୍ଷରୁ ଆଜି ସିବିଆଇ ଅଫିସ ଘେରାଓ କରା ଯାଇଛି । ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ମାମଲାରେ ସିବିଆଇର ଶିଥିଳତା ବିରୋଧରେ କଂଗ୍ରେସ ପକ୍ଷରୁ ରଣହୁଙ୍କାର ଦିଆ ଯିବା ସହ ଦଳ ପକ୍ଷରୁ ପ୍ରତିଷ୍ଠା ଦିବସରେ ସିବିଆଇ ଅଫିସ ଘେରାଉ କରା ଯାଇଛି । ଭୁବନେଶ୍ୱର ଆଠ ନମ୍ବର ଡିଏଭି ସ୍କୁଲ ନିକଟରୁ ଏକ ବଡ଼ ପଦଯାତ୍ରା ରେ ଆସି ସିବିଆଇ ଅଫିସ ଆଗରେ ଧାରଣା କଂଗ୍ରେସର ବରିଷ୍ଠ ନେତା ଓ କର୍ଯ୍ୟକର୍ତା ମାନେ ଧାରଣା ଦେଇଛନ୍ତି । । ତ୍ରିରଙ୍ଗା ଯାତ୍ରା ରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଙ୍କ ସମେତ କଂଗ୍ରେସର ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ ।