-
ଯନ୍ତ୍ରୀ ଙ୍କୁ ଘେରିଲେ
-
ପୋଲିସ ବୁଝାଇବା ପରେ ରାସ୍ତା ରୁ ହଟିଲେ
ବାରମ୍ବାର ବାରମ୍ବାର ପ୍ରଶାସନ ପାଖରେ ନିଜ ଗ୍ରାମର ସମସ୍ୟା ସମାଧାନ ପାଇଁ ଗୁହାରି କରି ନିରାଶ ହେବାପରେ ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ଜିରାବାଡ଼ି ଗ୍ରାମବାସୀ ରାସ୍ତା କୁ ଓହ୍ଲେଇ ଛନ୍ତି ଗ୍ରାମର ମହିଳା ମlନେ lରାଜ୍ୟ ରାଜପଥ କୁ ଅବରୋଧ କରିଥିବା ଦୃଶ୍ୟ ଆଜି ଦେଖିବାକୁ ମିଳିଛି l
ସ୍ଥାନୀୟ ଜିରାବାଡ଼ି ଗ୍ରାମ ପାଣି ସମସ୍ୟା ଯୋଗ୍ୟ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ରେ ଅନିୟମିତତା ଆବାସ ଯୋଜନା ରେ ଗରିବଙ୍କୁ ପାତର ଅନ୍ତର ପ୍ରତିବାଦ ରେ 21 ନମ୍ବର ରାଜ୍ୟ ରାଜପଥ କୁ ଅଧଘଣ୍ଟା ଧରି ଗ୍ରାମର ଲୋକେ ଅବରୋଧ କରିଥିଲେ l ଜିରାବାଡ଼ି ଠାରେ ହୋଇଥିବା ଅବରୋଧ ରେ ମୁଣ୍ଡିଆ ସହି ଲୋକେ ସାମିଲ ହୋଇଥିଲେ ବର୍ଷବର୍ଷ ଧରି ମୁଣ୍ଡିଆ ସହି କୁ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ l ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ ଦେଲେ ମଧ୍ୟ ସେ ଏହାର ପ୍ରତିକାର କରୁନଥିବାରୁ ଆଜି ଏହା ର ଉଗ୍ର ରୂପ ଦେଖିବାକୁ ମିଳିଥିଲା l ସାହିର ମହିଳା ମlନେ ହଣ୍ଡା ହାଣ୍ଡି ଧରି ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ l ଫଳରେ ଦୀର୍ଘ ଅଧଘଣ୍ଟା ଧରି ଭଞ୍ଜନଗର ରୁ ଭୁବନେଶ୍ୱର ମୁଖ୍ୟ ରାସ୍ତା ରେ ବହୁ ଯାନବାହାନ ଅଟକି ରହିଥିଲା l ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ମହିଳା ଏ ସ ଆଇ ଅମ୍ବିକା ବେଣିଆ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ l ଜଳ ସମସ୍ୟା ସହ ଇନ୍ଦିରା ଆବାସ ଭତା ପ୍ରଦାନ ଅନିୟମିତତା କୁ ନେଇ ଲୋକ ମନେ ଅଭିଯୋଗ କରିଥିଲେ l ତେବେ ମୁଖ୍ୟ ସମସ୍ୟା ର ଅଭିଯୋଗ ପାନୀୟ ଜଳ l ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା l ଏବଂ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ ଙ୍କୁ ଡକାଇ ଲୋକ ଙ୍କ ଜଳ ସମସ୍ୟା ସମାଧାନ କରିବାପାଇଁ ଥାନାଧିକାରୀ କହିଥିଲେ ଫଳରେ ଯନ୍ତ୍ରୀ ଜିରାବlଡୀ ଲୋକ ଙ୍କ ସହ ଆଲୋଚନା କରି ମୁଣ୍ଡିଆ ତଳ ସାହିରେ ରହୁଥିବା ପରିବାର ଗୁଡିକ ବେ ଆଇନ ଭାବେ ପାଇପ ସଂଯୋଗ ନେଇ ଛନ୍ତି ଓ ପାନୀୟ ଜଳ ର ଅପବ୍ୟବହାର ଯୋଗୁଁ ମୁଣ୍ଡିଆ ଉପର ସାହିକୁ ଜଳ ଉଠୁନଥିବା ପ୍ରକାଶ କରିଛନ୍ତି l ତେଣୁ ବେଆଇନ ସଂଯୋଗ ଗୁଡିକୁ କାଟିବା ପାଇଁ ଲୋକ ମାନଙ୍କ ସହଯୋଗ କାମନା କରିଥିଲେ l ତେବେ ଉକ୍ତ ସମସ୍ୟା ତୁରନ୍ତ ସମାଧାନ ଯଦି ନ କରାଯାଏ ତେବେ ଆଗକୁ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସାମ୍ନା ରେ ଧାରଣାରେ ବସିବା ନେଇ ସ୍ଥିର କରାଯିବ ବୋଲି ଗ୍ରାମର ମହିଳା ମନେ କହିଛନ୍ତି l