
ଢ଼େଙ୍କାନାଳ– ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ବିଶାଳ କୃଷକ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ । ପରେ ନିଜର ଅଭିଭାଷଣରେ କହିଥିଲେ ଯେ, କୃଷି ସଂସ୍କାର ପାଇଁ ଆତ୍ମ ନିର୍ଭର ଭାରତ ପାଇଁ, କୃଷକକୁ ଆତ୍ମନିର୍ଭରଶିଳ କରାଇବା ପାଇଁ ନରେନ୍ଦ୍ର ମୋଦି ସରକାର ଯୋଜନା ଆରମ୍ଭ କରିଛନ୍ତି । ଯାହାଦ୍ୱାରା ଚାଷରେ କମ୍ ଖର୍ଚ୍ଚ ହେବ । ଚାଷୀର ଆୟ କିପରି ଦୁଇ ଗୁଣ ହେବ । ଚାଷକୁ ଅନ୍ୟ କଳକାରଖାନା ଶିଳ୍ପ ଭଳି ଏକ ସମ୍ମାନଜନକ ବ୍ୟବସାୟରେ ପରିଣତ କରିବା ପାଇଁ ଯାହା ଯାହା ସୁଧାର କରିବାର ଆବଶ୍ୟକତା ରହିଛି, ଯାହା ଯାହା ସଂସ୍କାର ଆଣିବାର ଆବଶ୍ୟକତା ରହିଛି ସେନେଇ କାର୍ଯ୍ୟକ୍ରମ ୨୦୧୪ ରୁ ଆରମ୍ଭ ହୋଇଯାଇଛି । ପ୍ରଧାନ ମନ୍ତ୍ରୀ ଏନେଇ ତିନୋଟି ସଂସ୍କାର ଆଣିଛନ୍ତି । ଯାହାଦ୍ୱାରା ଚାଷୀ ତାର ଉତ୍ପାଦିତ ଦ୍ରବ୍ୟ ବଜାରରେ ବିକ୍ରୀ କରିପାରିବ ।
ଏଥିସହିତ ଆରଏମସି, ଏପିଏମସିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ । ଏ ଅଂଚଳର ପନିପରିବା ଉତ୍ପାଦନକାରୀ ଲୋକ ବା ଚାଷୀ ତାର କୃଷି ଉତ୍ପାଦିତ ଦ୍ରବ୍ୟକୁ ବାହାରେ ବିକ୍ରୀ କରିଲେ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଥିଲେ । ଇ ମାର୍କେଟ୍ ବ୍ୟବସ୍ଥାର ସୁବିଧା ବିଷୟରେ ବୁଝାଇବା ସହ ଚଳିତ ବର୍ଷ ଓଡ଼ିଶାରୁ ୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯିବା ପାଇଁ ନରେନ୍ଦ୍ର ମୋଦୀ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି । ଏଥି ସହ ମୋଦି ସରକାରଙ୍କ ସୁଶାସନ ଉପରେ ନିଜର ଅଭିଭାଷଣ ରଖିଥିଲେ ।
ଯତୀନ ମହାନ୍ତି, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନକବର୍ଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଉପସଭାପତି ରାମଚନ୍ଦ୍ର ପାତ୍ର, ରୁଦ୍ରନାରାୟଣ ପାଣି, ଢ଼େଙ୍କାନାଳ ଜିଲ୍ଲା ପ୍ରଭାରୀ ପ୍ରଭାତୀ ପରିଡ଼ା, ଅନୁଗୋଳ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସୀମାଚଂଳ ଖଟୋଇ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବିଭୂତିଭୂଷଣ ପ୍ରଧାନ, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଅଶୋକ ମହାନ୍ତି, କାଳନ୍ଦୀ ସାମଲ, ଶତୃଘ୍ନ ଜେନା, ଭାଗୀରଥି ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଅଶୋକ ନାୟକ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO