

ଦୁହେଁ ଗତକାଲି ରାତିରେ ଶୌଚ ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡିଥିଲେ । ହାତୀ ଆକ୍ରମଣରେ ଗୁରୁତର ଉଭୟଙ୍କୁ ଉଦ୍ଧା ପରେ ତୁରନ୍ତ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ, ସେଠାରେ ଡ଼ାକ୍ତର ଶ୍ରୀକାନ୍ତକୁ ମୃତ ଘୋଷଣା କରିଥିଲେ । ଗୁରୁତର ଚନ୍ଦନକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାର ପ୍ରତିବାଦ କରିବା ସହ ମୃତ ନାବାଳକଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଅ।ଜି ଗ୍ରାମବାସୀଙ୍କ ପକ୍ଷରୁ ଛେଣ୍ଡିପଦା ରେଞ୍ଜ୍ ଅଫିସ୍ ଘେରାଉ କରାଯାଇଛି ।