-
ବିଜୁ ଜନତା ଦଳର ସ୍ଥାପନା ଦିବସ ପାଳିତ
-
ସଂସଦ ଓ ବିଧାନସଭାରେ ମହିଳା ମାନଙ୍କର ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ସବୁ ସ୍ତରରେ ଲଢେଇ ଜାରୀ ରଖିବ
ସେ କହିଛନ୍ତି ଯେ ସଂସଦ ଓ ବିଧାନସଭାରେ ମହିଳା ମାନଙ୍କର ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ସବୁ ସ୍ତରରେ ଲଢେଇ ଜାରୀ ରଖିବ । ମହିଳା ସଶକ୍ତିକରଣ ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମା ଆଗେଇଲେ ହିଁ ଦେଶ ଆଗେଇବ । ୧୯୯୨ ମସିହାରେ ବିଜୁବାବୁ ପଂଚାୟତ ଓ ପୌର ନିର୍ବାଚନରେ ମହିଳା ମାନଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା କରିଥିଲେ । ଆମ ସରକାର ତାକୁ ୫୦ ପ୍ରତିଶତ କରିଛି । ବିଜେଡି ସଂସଦ ଓ ବିଧାନସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଲଢେଇ କରୁଛି । ଗତ ନିର୍ବାଚନରେ ୩୩ ପ୍ରତିଶତ ଟିକେଟ ଦଳ ମହିଳା ମାନଙ୍କୁ ଦେଇଥିଲା ।
ଅନେକ ଜାତୀୟ ଦଳ ନିର୍ବାଚନ ଆସିଲେ ମହିଳା ସଂରକ୍ଷଣ କଥା କହୁଛନ୍ତି । ହେଲେ ନିର୍ବାଚନ ସରିଲେ ଏହାକୁ ଭୁଲି ଯାଉଛନ୍ତି । ବିଜେଡି ସମସ୍ତ ମଂଚରେ ଏହି ଦାବୀ ଉଠାଇବ । ସେ କହିଛନ୍ତି ଯେ ଯଦି ଦେଶକୁ ଅନ୍ୟ ଦେଶ ମାନଙ୍କ ସହ ପ୍ରତିସ୍ପର୍ଧା କରିବାକୁ ପଡିବ ତେବେ ମା ମାନଙ୍କୁ ସେମାନଙ୍କର ଅଧିକାର ଦେବାକୁ ପଡିବ । ଏ ଦିଗରେ ବିଜେଡି ସବୁଠାରୁ ଆଗରେ ରହିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ସାମାଜିକ ଆନ୍ଦୋଳନର ଆତ୍ମା ହେଉଛନ୍ତି ମା ମାନେ । ସଶକ୍ତ ମହିଳା ସମାଜ ହିଁ ସଶକ୍ତ ଓଡିଶା ଗଠନ କରି ପାରିବ ବୋଲି ସେ କହିଛନ୍ତି ।