
ମାଲକାନଗିରି- ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଉତ୍କୃଷ୍ଟ ମାନର ଖେଳାଳୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭଲିବଲ୍, ଫୁଟବଲ, କୁସ୍ତି ଓ ତୀରନ୍ଦାଜ ଭଳି ବିଭିନ୍ନ କ୍ରୀଡ଼ାରେ ଜିଲ୍ଲାରୁ ଭଳିକି ଭଳି ଖେଳାଳିଙ୍କ ଆବିର୍ଭାବ ହେଉଥିବା ବେଳେ ଚଳିତ ବର୍ଷ କ୍ରିକେଟ ଖେଳରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଦୁର୍ଗମ ପଡିଆ ବ୍ଲକ ଅଂଚଳରୁ କୋରାପୁ ସନ୍ଦୀପ ନୂଆ ଖେଳାଳୀ ଭାବେ ମନୋନିତ ହୋଇ ବ୍ଳକ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆଇପିଏଲ୍ ଢାଞ୍ଚାରେ ରାଜ୍ୟ ସ୍ତରରେ ଖେଳା ଯାଉଥିବା ଓଡିଶା କ୍ରିକେଟ ଲିଗ୍ ପାଇଁ ଚଳିତ ବର୍ଷ ମାଲକାନଗିରିରୁ ଏକମାତ୍ର ଖେଳାଳୀ ଭାବେ ସନ୍ଦୀପ ମନୋନିତ ହୋଇ ଜିଲ୍ଲା କ୍ରିକେଟ୍ ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ଆଜି ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଏମଡି ଫାରୁକ୍, ଫ୍ରେଣ୍ଡସ୍ କ୍ରିକେଟ୍ କ୍ଳବ ପଡିଆର ସଦସ୍ୟ ନାକା ନୁକାଲ ରାଜୁ, ଚୀନାମ ରାବିଡ଼, ଏମ୍ ଡି ଅଶ୍ଵକ, ଏମ.ଡି. ସାଦିକ୍, ସନ୍ଦୀପଙ୍କ ପିତା କୋରାପୁ ଚନ୍ଦ୍ରାୟା ସମେତ ପଡିଆ ଫ୍ରେଣ୍ଡସ୍ କ୍ରିକେଟ୍ କ୍ଲବର ବିଭିନ୍ନ ସଦସ୍ୟ ସନ୍ଦୀପଙ୍କୁ ପୁଷ୍ପଗୁଚ୍ଛ ଦେଇ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବିଗତ ଦିନରେ ସନ୍ଦୀପ ରାଜ୍ୟ ସ୍ତରରେ ଆୟୋଜିତ ଅନ୍ତଃ ରାଜ୍ୟ ଟି-୨୦ କ୍ରିକେଟ ପ୍ରତିଯୋଗୀତାରେ ଜଗତସିଂହପୁର ବିପକ୍ଷରେ ଅର୍ଦ୍ଧଶତକୀୟ ପାଳି ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିପାଇଁ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସମ୍ପାଦକ ହୃଦାନନ୍ଦ ସାହୁ, କୋଷାଧ୍ୟକ୍ଷ ସତବୀର ସିଂ, ଶଙ୍କର କ୍ଷେତୀ, ରାଜକମଲ ପୁରୋହିତ ଓ ପ୍ରସାଦି ରାଓଙ୍କ ସମେତ ବିଭିନ୍ନ ବରିଷ୍ଠ କ୍ରିକେଟ ଖେଳାଳୀ ଶୁଭେଚ୍ଛା ଜଣାଇବା ସହ ସନ୍ଦୀପଙ୍କ ଏଭଳି ସଫଳତା ଆଗାମୀ ଦିନରେ କ୍ରିକେଟ ଖେଳକୁ ଜିଲ୍ଲାରେ ଆଦୃତ କରିବା ପାଇଁ ବେଶ୍ ସହାୟକ ହେବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO