ଝାରସୁଗୁଡ଼ା – ଝାରସୁଗୁଡା ରେଳୱେ ଷ୍ଟେସନ ପ୍ଲାଟଫର୍ମ ୱାସିଂ ୟାଡ଼୍ ଠାରେ ସଫେଇ ପାଇଁ ରହୁଥିବା ହାଟିଆ ପାସେଞ୍ଜର ଟ୍ରେନ ଭିତରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ତେବେ ଟ୍ରେନ ଭିତରେ ଯୁବକର ମୃତଦେହ ଆସିଲା କିପରି ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ ।
ଆଜି ଝାରସୁଗୁଡା ରେଳୱେ ଷ୍ଟେସନ ୱାସିଂ ଲାଇନରେ ସଫେଇ କରୁଥିବା ବେଳେ ହାଟିଆ-ଝାରସୁଗୁଡା ମେମୋ (6862) ପାସେଞ୍ଜର ଟ୍ରେନ୍ ଭିତରେ ଜଣେ ଯୁବକର ଶଵ ଦେଖି ଜିଆରପି ପୋଲିସକୁ ସଫେଇ କର୍ମଚାରୀ ଖବର କରିଥିଲେ । ପୋଲିସ ଖବର ପାଇବା ପରେ ଯୁବକର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି l ଯୁବକର ପରିଚୟ ମିଳିପାରିନାହିଁ l ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜିଆରପି ପୋଲିସ ସୂଚନା ଦେଇଛି l