ମାଲକାନଗିରି – ମାଲକାନଗିରି ଜିଲ୍ଲାରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଏହି ଚଢ଼ଉ ବେଳେ ଅଧିକାରୀ ମାନେ ଦୁର୍ଗା ଫିଲିଙ୍ଗ ଷ୍ଟେସନ ପେଟ୍ରୋଲ ପମ୍ପକୁ ସିଲ୍ କରିଛନ୍ତି । ସୂଚନା ଅନୁଯାୟୀ, ପେଟ୍ରୋଲ ପମ୍ପର ଲାଇସେନ୍ସ ନଥିବା ଏବଂ ଏହା ଅଗ୍ନି ନିର୍ବାପକ ସ୍ୱୀକୃତି ପାଇ ନଥିବାରୁ ସିଲ୍ ହୋଇଛି ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଅାବଶ୍ୟକୀୟ ସମସ୍ତ କାଗଜପତ୍ର ଜମା କରାଗଲା ପରେ ଯାଇ ପେଟ୍ରୋଲ ପମ୍ପ ପୁନଃ ଖୋଲାଯିବ ବୋଲି ମତ ରଖିଛନ୍ତି ଯୋଗାଣ ବିଭାଗ ଅଧିକାରୀ ମନୋଜ କୁମାର ପ୍ରଧାନ ।
Related Stories
October 15, 2024