

ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଅନ୍ୟ ଯେଉଁ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି, ସଥିମଧ୍ୟରେ ଅନୁଗୁଳରେ ୬ ଡିଗ୍ରି, ଦାରିଙ୍ଗବାଡିରେ ୮ ଡିଗ୍ରି, ଭବାନୀପାଟଣାରେ ୮.୨ ଡିଗ୍ରି, କୋରାପୁଟରେ ୮.୬ ଡିଗ୍ରି, ଝାରସୁଗୁଡ଼ାରେ ୮.୮ ଡିଗ୍ରି, ସୁନ୍ଦରଗଡ଼ରେ ୯.୫ ଡିଗ୍ରି, କେନ୍ଦୁଝରରେ ୯.୯ ଡିଗ୍ରି, ବଲାଙ୍ଗୀରରେ ୯.୫ ଡିଗ୍ରି, ବୌଦ୍ଧରେ ୯.୫ ଡିଗ୍ରି ଏବଂ ସୋନପୁରରେ ୯.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏହାଛଡ଼ା କଟକରେ ୧୨ ଡିଗ୍ରି ଏବଂ ଭୁବନେଶ୍ୱର ଠାରେ ୧୩.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ସୂଚନା ମିଳିଛି ।