
କଟକ- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଛନ୍ତି ହାଇକୋର୍ଟ । ତଦନୁଯାୟୀ ଏଣିକି ନିଜ ଓକିଲଙ୍କୁ ଭେଟି ପାରିବେ ବିଧାୟକ ପ୍ରଦୀପ । ପୂର୍ବରୁ କୋଭିଡ଼୍ ଗାଇଡ୍ ଲାଇନ୍ ଦର୍ଶାଇ ଓକିଲଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ମିଳୁନଥିଲା । କୋର୍ଟଙ୍କ ଏହି ନିର୍ଦ୍ଦେଶ ପ୍ରଦୀପଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି ।