
ପୁରୀ– ଆଜିଠୁ ପୁରୀ ଅଠରନଳା ଉପରେ ଯାଇପାରିବ ନାହିଁ କୌଣସି ଗାଡ଼ି । ପୋଲ ଉପର ଦେଇ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଐତିହ୍ୟ କୀର୍ତିରାଜି ସମ୍ପନ୍ନ ଏହି ପୋଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।