ଭୁବନେଶ୍ୱର – ପରିବାରର ବାପା ,ମା ଓ ଛୁଆ ବାଇକ୍ ରେ ଯାଇପାରିବେ । ସେମାନଙ୍କ ଠାରୁ ଫାଇନ୍ ଆଦାୟ କରାଯିବ ନାହିଁ । ମାତ୍ର ଛୁଆର ବୟସ ୧୨ ବର୍ଷରୁ କମ୍ ହେବା ଦରକାର ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରକାଶ କରିଛନ୍ତି । ବାଇକ୍ ରେ ୩ ଜଣ ଯିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆଦାୟ ହେଉଥିବା ଜୋରିମାନା ସାଧାରଣ ଲୋକଙ୍କୁ କଷ୍ଟ ହେଉଛି । ସେମାନଙ୍କୁ ସଚେତନ କରିବାକୁ ଏହା କରାଯାଉଛି । କୌଣସି ସାଧାରଣ ଗାଡି ଚାଳକଙ୍କ ଧାର୍ଯ୍ୟ ପରିମାଣ ଠାରୁ ଅଧିକ ଫାଇନ୍ ଆଦାୟ କରାଯାଇନାହିଁ । ଏପରିକି ପ୍ରଦୂଷଣ ପାଇଁ କୌଣସି ଗାଡି ଚାଳକଙ୍କ ଠାରୁ ଫାଇନ୍ ଆଦାୟ ହୋଇନାହିଁ ।
Related Stories
November 23, 2024