-
ଅଙ୍ଗ ତସ୍କରୀକୁ ଲୁଚାଇବା ପାଇଁ ମନଗଢା କାହାଣୀ କହୁଛି ଏସଆଇଟି
ସେ କହିଛନ୍ତି ଯେ – ପରୀ ହତ୍ୟା ଘଟଣାରେ ଏସଆଇଟି ଯାହା ତଦନ୍ତ କରି କହୁଛନ୍ତି ତାହା ବିଶ୍ୱାସଯୋଗ୍ୟ ନୁହେଁ । ଏସଆଇଟିର ଉଦ୍ଦେଶ୍ୟକୁ ନେଇ ଯାହା ସନ୍ଦେହ କରୁଥିଲୁ ଶେଷରେ ସତ ପ୍ରମାଣିତ ହୋଇଛି । ଅଙ୍ଗତସ୍କରିକୁ ଲୁଚାଇବା ପାଇଁ ମନଗଢା କାହାଣୀ କହୁଛି ଏସଆଇଟି । ଯେଉଁ ଯେଉଁ ପ୍ରମାଣ ସବୁ ରଖୁଛନ୍ତି ସେଥିରୁ ଗୋଟିଏ ବି ପ୍ରମାଣ ନିଶ୍ଚିନ୍ତ ଓ ବିଶ୍ୱାସଯୋଗ୍ୟ ଯୁକ୍ତି ଆଧାରିତ ନୁହେଁ ।
ସେ କହିଛନ୍ତି ଯେ – ସରୋଜ ସେଠି ସେ କଣ ଏତେ କ୍ଷମତାଶାଳି ଥିଲେ ଯେ ନୟାଗଡ ପୋଲିସ ତାଙ୍କୁ ୪ ମାସ କାଳ ସୁରକ୍ଷା ଦେଇ ଗିରଫ କରୁନଥିଲା ? ଯଦି କେମିକାଲ ଲାଗିନଥିଲା ତାହେଲେ ମୃତ ଶରୀରରୁ ୯ ଦିନ ପରେ କେମିତି ଗନ୍ଧ ବାହାରୁ ନଥିଲା ତାହା ଏକ ବଡ ପ୍ରଶ୍ନ । ଓଡିଶାର ଜନସାଧାରଣ ବର୍ତମାନ ଆହୁରି ଦ୍ୱନ୍ଦ ଭିତରକୁ ଯାଇଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ମୁଁ ଆଉଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ।
ସେ ପ୍ରଶ୍ନ କରିଛନ୍ତି ଯେ ମୃତ ଶରୀରର ଅନ୍ୟ ଅଙ୍ଗ ଗୁଡିକ କୁଆଡେ ଗଲା ? ମୃତ ଶରୀରରେ କେମିକାଲ କାହିଁକି ଲଗାଯାଇଥିଲା ? ଲଗାଯାଇଥିବା କେମିକାଲ କେବଳ ଡାକ୍ତରଖାନାରେ ହିଁ ମିଳେ । ତାହେଲେ ସରୋଜ କେଉଁଠୁ କେମିକାଲ ଆଣିଲ ? ତାକୁ କିଏ କେମିକାଲ ଦେଲା?
ସେ ଆହୁରି କହିଛନ୍ତି ଯେ ଯଦି ଦୁର୍ଷ୍କମ ହୋଇଥିଲା ନୟାଗଡ ପୋଲିସ କିପରି ତାର ତଦନ୍ତରେ ଏହା ଜାଣିପାରିଲାନି । ଡଗ ସ୍କୁଆଡ କିପରି ଏହା ଜାଣିପାରିଲାନି । ଏକ ରାଜନୈତିକ ଦଳର ଛବିକୁ ବଂଚାଇବା ପାଇଁ ଅଙ୍ଗତସ୍କରି ଭଳି ଭୟଙ୍କର ଅମାନବୀୟ ଅପରାଧର ଅପରାଧୀମାନଙ୍କୁ ସରକାର ବର୍ତମାନ ଏସଆଇଟି ମାଧ୍ୟମରେ ଖସାଇ ଦେବା ପାଇଁ ଯାଉଛନ୍ତି ।
ସେ କହିଛନ୍ତି ଯେ – ଗୁଗୁଲ ହିଷ୍ଟୋରି ଡିଲିଟର ରିପୋର୍ଟ ଏସଆଇଟି ପାଖେ ନାହିଁ । ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ । ପଲିଗ୍ରାଫି ଟେଷ୍ଟିଙ୍ଗ ନିର୍ବିବାଦିୟ ନୁହେଁ, ଏପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କର ରାୟ ଅଛି । ସରୋଜ ପୁର୍ବରୁ ଅଭିଯୋଗ କରିଥିଲା କି ଏସଆଇଟିର ମୁଖ୍ୟ ତାକୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କା ଯାଚୁଥିଲେ ।
ସେ କହିଛନ୍ତି ଯେ ଅଭିଯୋଗ ଥିବା ବାବୁଲି ନାଏକର ପଲିଗ୍ରାଫ ଟେଷ୍ଟ କାହିଁକି କରାଗଲା ନାହିଁ ? ପରୀର ବାପା ମାଙ୍କୁ ପୋଲିସ କାହିଁକି ୫ ଲକ୍ଷ ଟଙ୍କା ନେଇ ପରୀର ବଡ ବାପା ଓ ମା ତାକୁ ମାରିଛନ୍ତି ବୋଲି ବୟାନ ଦେବା ପାଇଁ ଚାପ ପକାଉଥିଲା ? ଏପରି ପରିସ୍ଥିତିରେ ଏସଆଇଟିର ତଦନ୍ତର ପକ୍ଷପାତିତା ଓ ଅନିୟମିତତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ସେ କହିଛନ୍ତି ।