
ଭୁବନେଶ୍ୱର – ସାରା ଓଡ଼ିଶାରେ ଏବେ ଶୀତର ଲହରୀ ଦେଖିବାକୁ ମିଳିଛି । ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ରେକର୍ଡ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଫୁଲବାଣୀରେ ସବୁଠାରୁ କମ୍ ୪ ଡିଗ୍ରି ସେଲ୍ସିୟସ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଭାବେ ଦାରିଙ୍ଗିବାଡ଼ିରେ ୫, ଅନୁଗୁଳରେ ୫.୬, କୋରାପୁଟରେ ୭, ସୁନ୍ଦରଗଡ଼ରେ ୬, ଝାରସୁଗୁଡ଼ାରେ ୭.୯, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବୌଦ୍ଧରେ ୯, ବାରିପଦାରେ ୯, ବଲାଙ୍ଗୀରରେ ୯.୨, ସୋପୁରରେ ୯.୪ ଡିଗ୍ରି ସେଲ୍ସିୟସ୍ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଟ୍ୱିନ୍ ସିଟି ଭୁବନେଶ୍ୱରରେ ୧୨.୪ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୧ ଡିଗ୍ରି ରେକର୍ଡ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO