
ପାରଳାଖେମୁଣ୍ଡି– ଓଡ଼ିଶା- ଆନ୍ଧ୍ର ସୀମା ବିବାଦକୁ ନେଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଉଭୟ ରାଜ୍ୟର ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ନେଇ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର ଏ.ଏସ. କାବିଟି ଓ ଓଡ଼ିଶାର ଚେରିଗୁଡ଼ି ମୌଜାରେ ଏହି ସର୍ଭେ କାର୍ଯ୍ୟ ଜାରୀ ରହିଛି ।
ପ୍ରକାଶ ଥାଉ କି, ଗତ ଡ଼ିସେମ୍ବର ୩ ତାରିଖରେ କୋରାପୁଟ ଓ ବିଶାଖାପାଟଣା ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୁନାବେଡ଼ା ଠାରେ ଅନୁଷ୍ଠିତ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ଏନେଇ ଆଲୋଚନା ଓ ସମୀକ୍ଷା ହୋଇଥିଲା ।