
ଭୁବନେଶ୍ୱର– ପରୀ ସମେତ ରାଜ୍ୟରେ ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କୁ ନ୍ୟାୟ ପାଇଁ ବିଜେପିର ୫ ଦିନିଆ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ଆଜି ଆରମ୍ଭ ହୋଇଛି । ରବିବାର ସକାଳ ୯ଟାରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରୁ ଏକ ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ପାର୍ଟିର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଭନିତା ଶ୍ରୀନିବାସନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବ୍ଖିତ ପାତ୍ର ଓ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।
ଏହି ପଦଯାତ୍ରା ଆଗାମୀ ୫ ଦିନରେ୯୮ କିଲୋମିଟର ଯାତ୍ରାକରି ପରୀର ଗାଁ ନୟାଗଡର ଯଦୁପୁର ଠାରେ ପହଂଚିବ ।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ପଦଯାତ୍ରା ଦିନକୁ ପାଖାପାଖି ୨୦ କିଲୋମିଟର ହେବ ଏବଂ ଏଥିରେ ଭାରତୀୟ ଜନତା ପାର୍ଟିର ସମସ୍ତ ଶୀର୍ଷ ନେତୃତ୍ୱ ବିଭିନ୍ନ ପର୍ଯ୍ୟାୟରେ ଭାଗନେବେ ।
ସେହିପରି ଦ୍ୱିତୀୟ ଦିନରେ ଜାଁଳାରୁ ସାରୁଅ, ତୃତୀୟ ଦିନରେ ସାରୁଅରୁ ବୋଲଗଡ, ଚତୁର୍ଥ ଦିନରେ ବୋଲଗଡରୁ ଇଟାମାଟି ଏବଂ ଶେଷ ତଥା ପଂଚମ ଦିନରେ ଇଟାମାଟିରୁ ପରୀର ଗାଁ ଯଦୁପୁର ଠାରେ ପହଂଚିବ ।ଶେଷ ଦିନରେ ଯଦୁପୁରରେ ବଡ ସଭା ଅନୁଷ୍ଠିତ ହେବା ସହ ପରୀର ବାପା,ମାଙ୍କୁ ଭେଟିବୁ ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।
ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କ ମାଁ ମାନଙ୍କୁ ନ୍ୟାୟ ଦେବା ପାଇଁ ଘଟଣାର ସିବିଆଇ ତଦନ୍ତ ଏବଂ ପ୍ରଭାବିତ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣସାହୁଙ୍କ ବହିଷ୍କାର ଏହି ପଦଯାତ୍ରାର ମୁଖ୍ୟ ପ୍ରସଙ୍ଗ ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO