କଟକ- କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ପୁରୀଘାଟ ଥାନା ପୋଲିସ । ଅନୁଭବଙ୍କ ସହିତ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ବିରୋଧରରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି । ଘରୋଇ ହିଂସା ଓ ନିର୍ଯାତନା ନେଇ ତାଙ୍କ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ମାମଲା ରୁଜ୍ଜୁ କରିଛି । ଧାରା ୪୯୮ (ଏ) ରେ ମାମଲା ରୁଜ୍ଜୁ କରିଛି ପୁରୀ ଘାଟ ଥାନା ପୋଲିସ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ସୂଚନା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ସାଂସଦ ସ୍ୱାମୀ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ରହିଛି ।