
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୋଚାମ ପ୍ରତିଷ୍ଠା ସପ୍ତାହ କାର୍ଯ୍ୟକ୍ରମକୁ ଡିସେମ୍ବର ୧୯ରେ ସମ୍ବୋଧନ କରିବା ନେଇ ପିଏମଓ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ପିଏମଓର ସୂଚନା ଅନୁସାରେ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆସୋଚାମ ଏଣ୍ଟରପ୍ରାଇଜ ଅଫ ଦ କଣ୍ଟ୍ରି ଆୱାର୍ଡ ରତନ ଟାଟାଙ୍କୁ ପ୍ରଦାନ କରିବେ । ଟାଟା ଗ୍ରୁପ ମାଧ୍ୟମରେ ଏହି ସମ୍ମାନ ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, ଆସୋଚାମ ୧୯୨୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏଥିରେ ଭାରତର ସବୁଆଡୁ ସଦସ୍ୟ ଅଛନ୍ତି । ଏଥିରେ ୪୦୦ ଚାମ୍ବର ଓ ବ୍ୟବସାୟିକ ସଂଗଠନ ଯୋଡ଼ି ହୋଇଛନ୍ତି । ଏହି ସଂସ୍ଥା ପ୍ରାୟ ୪.୫ ଲକ୍ଷ ସଦସ୍ୟଙ୍କୁ ସେବା ପ୍ରଦାନ କରୁଛି ।