

Related Stories
May 4, 2025
ବ୍ରହ୍ମପୁର :ସରକାରଙ୍କ ଶିକ୍ଷା ମାରଣ ନୀତିକୁବିରୋଧକରି କୁକୁଡ଼ାଖଣ୍ଡି ବ୍ଲକର ରୋହିଗାଁ ପଂଚାୟତର ନୂଆ ପାଣ୍ଡିଆଝୋଲି ଗ୍ରାମର ଗ୍ରାମବାସୀ ସ୍କୁଲ ସାମନାରେ ଧାରଣା ଦେଇଥିଲେ।ନୁଆଁ ପାଣ୍ଡିଆଝୋଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଉଛେଦ କରିବାପାଇଁ ସରକାରଙ୍କ ପ୍ରଦତ୍ତ ଚିଠି କୁ ନେଇ ସି ଆର ସି ସି ପ୍ରସନ୍ନ କୁମାରଜେନା ବିଦ୍ୟାଳୟରେ ପହଂଚିବାପରେ ବିଦ୍ୟାଳୟକୁ ଈଶ୍ୱର ଚନ୍ଦ୍ର ପ୍ରଧାନ ,ଲଳିତକୁମାର ବିଷୋୟୀଙ୍କ ସମେତ ଶତାଧିକ ଗ୍ରାମବାସୀ ଘେରାଉ କରିଥିଲେ। ପ୍ରଧାନଶିକ୍ଷକ ବିପ୍ରଚରଣ ରଣା, ସହକାରୀ ରୋହିତାକୁମାର ଦାସ ଓ ସି ଆର ସି ସିଙ୍କୁଘେରାଉକରୀ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଳପକାଇଦେଇଥିଲେ।ବିଦ୍ୟାଳୟର ଆସବାବପତ୍ର କୁ ନ ନେବାପାଇଁ ଗ୍ରାମବାସୀ ଜିଦ ଧରିଥିଲେ।ବହୁ ସମୟପରେ ବ୍ଲକ ଶିକ୍ଷାଧିକାରୀ ସି ଆର ସି ସିଙ୍କୁ ଫୋନ ମାଧ୍ୟମରେ ବିଦ୍ୟାଳୟର ଆସବାବପତ୍ର ନ ଆଣିବାପାଇଁ କହିବାପରେ ସି ଆର ସି ସି ଗ୍ରାମବାସୀଙ୍କୁ ବୁଝାସୁଝାକରିଥିଲେ।ସି ଆର ସି ସି ଙ୍କ ପ୍ରତିଶ୍ରୁତିପରେ ଗ୍ରାମବାସୀ ବିଦ୍ୟାଳୟର ତାଲାଖୋଲି ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟମାନଂକୁ ଛାଡିଥିଲେ।