
ମାଲକାନଗିରି– ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ଜନ୍ଦ୍ରାଗୁଡ଼ାରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଘଟାଇଛନ୍ତି ହିଂସାକାଣ୍ଡ । ରାସ୍ତା କାମରେ ନିୟୋଜିତ ଠିକାଦାରଙ୍କୁ ଟାଙ୍ଗିଆରେ ହାଣି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମୃତ ଠିକାଦାରଙ୍କ ନାମ ସୁକୁମା ମଣ୍ଡଳ । ଠିକାଦାରଙ୍କୁ ହତ୍ୟା କରିବା ସହ ଘଟଣାସ୍ଥଳରେ ତିନୋଟି ଗାଡ଼ି ପୋଡ଼ି ଦେଇଛନ୍ତି ମାଓବାଦୀ । ଏହି ଗାଡ଼ି ଗୁଡିକ ମଧ୍ୟରେ ରହିଛି ଗୋଟିଏ ବୋଲେରୋ, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ପ୍ରୋକୋଲିନ୍ ମେସିନ ।
ଅନ୍ୟପକ୍ଷରେ ଏହି ହିଂସାକାଣ୍ଡ ଛତିଶଗଡ଼ ରାଜ୍ୟ ମାଓବାଦୀଙ୍କ ଦରଭାଦଳମ୍ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି । ଖବର ପାଇ ମାଥିଲି ପୋଲିସ ଓ ବିଏସଏଫ ଯବାନ ଘଟଣାସ୍ଥଳ ଅଭିମୁଖେ ଯାଇଥିବାର ସୂଚନା ମିଳିଛି ।