କଟକ– ନକଲି କାରଖାନାର ପେଣ୍ଠସ୍ଥଳ କଟକରେ ପୁଣି ଏକ ନକଲି ଜର୍ଦ୍ଦା, ଗୁଟଖା କାରଖାନାକୁ ଠାବ କରିବା ସହ ଏହା ଉପରେ ଚଢ଼ଉ କରିଛି କମିଶନରେଟ ପୋଲିସ । ଜଗତପୁର ତାଳବଣିଆରେ ରହିଥିବା ଏହି ନକଲି କାରଖାନା ଉପରେ ପୋଲିସ ପକ୍ଷରୁ ଆଜି ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ସେଠାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା, ଗୁଟଖା ଓ ନିଶା ମୋଦକ ଜବତ ହୋଇଛି । ଜୋନ୍ -୧ ଏସପି ଯତୀନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।