
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଧାନ ମଣ୍ଡି ଶୁଭାରମ୍ଭ କରିଥିଲେ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଥମ ଚାଷୀ ଭାବେ ଅରକ୍ଷିତ ଗୌଡ଼ ନାମକ ଜଣେ ଚାଷିଙ୍କ ଠାରୁ ୧୮୬୮ଟଙ୍କା ଦରରେ ୫୦ କୁଇଣ୍ଟାଲ ଧାନ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ନୂତନ ଧାନ କ୍ରୟ ନୀତି ଅନୁଯାୟୀ କ୍ରୟ କରାଯାଇଛି। କ୍ରୟ କରାଯାଇଥିବା ଧାନକୁ ବିନାୟକ ରାଇସ୍ ମିଲ୍ ମାଲିକ ରବୀନ୍ଦ୍ର ବିଶ୍ୱାଳ ସେବା ସମବାୟ କାର୍ଯ୍ୟାଳୟରୁ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନଙ୍କ ଠାରୁ ଧାନ କ୍ରୟ କରିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ସଂମାନିତ ଅତିଥି ରୂପେ ଗଞ୍ଜାମ ପିଡ଼ି ସିନ୍ଧେ ଦତାତ୍ରେୟ ଭାଉ ସାହେବ ,କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡିଓ ଗଦାଧର ପାତ୍ର, ବ୍ଲକ ଯୋଗାଣ ଅଧିକାରୀ ଜି.ପ୍ରଶାନ୍ତ କୁମାର ରାଓ,ଏଆରସିଏସ୍ଓ ଶିବ ପ୍ରସାଦ ସ୍ୱାଇଁ, ଚିଫ୍ ସିଏସ୍ଓ ଉମା ଶଙ୍କର ପତି,ଏସସିଏସ୍ଓ ସକକଳେଶ୍ୱର ମହାନ୍ତି, ବିଏମସି ଏସସିଏସ୍ଓ ଅସିତ ମହାନ୍ତି,ସହକାରୀ କୃଷି ଅଧିକାରୀ ବିଶ୍ୱରଞ୍ଜନ ବେହେରା,ଭବାନୀ ଶଙ୍କର ବିଶ୍ୱାଳ, ଶିବରାମ ପାତ୍ର,ପରିଚାଳନା କମିଟି ସଭାପତି ପ୍ରମୋଦ ପଣ୍ଡା, ସମବାୟବିତ ସୁଧୀର କୁମାର ରାଉତ,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର,ପୂର୍ବତନ ନିର୍ଦ୍ଦେଶକ ଗୋବିନ୍ଦ ଗୌଡ଼ଙ୍କ ସମେତ ଟୋକେନ୍ ପାଇଥିବା ଚାଷୀମାନେ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO