

Related Stories
April 20, 2025
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଜିଲ୍ଲାରେ ଗର୍ଭବତୀ, ପ୍ରସୂତି ମା ଏବଂ ଶିଶୁ ମାନଙ୍କର ସ୍ବାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ବଦେବା ସଂକ୍ରାନ୍ତୀୟ ମମତା ଦିବସ ସମୀକ୍ଷା ବୈଠକ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ବାରା ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିଲେ । ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ଅଙ୍ଗନୱାଡି କେନ୍ଦ୍ରରେ ଏହି ମମତା ଦିବସ ପାଳିତ ହେଉଛି । ପ୍ରତ୍ୟେକ ବ୍ଲକରେ ବିଭାଗୀୟ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ । କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଏଡିଏମ୍ଓ ଡଃ ଦେବୀ ପ୍ରସାଦ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ଡିପିଏମ୍ ଟି. ନାରାୟଣ ରାଓ, ମେଡିକାଲ ଅଧିକାରୀ,ସିଡିପିଓ, ଅଙ୍ଗନୱାଡି ଓ ସ୍ବାସ୍ଥ୍ୟ ସୁପରଭାଇଜର୍ ପ୍ରମୁଖ ଉପସ୍ଥିତ ଥିଲେ ।