
ବେଲଗୁଣ୍ଠା, ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଗାଙ୍ଗପୁର ପୋଲିସ୍ ସାତ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 15,220 ଟଙ୍କା, ଦୁଇଟି ମୋବାଇଲ୍ ଫୋନ୍ ଓ ତାସ୍ ଜବତ କରିଛି I ସୂଚନା ପ୍ରକାରେ ଆଜି ରାତ୍ର 7,30 ମିନଟ ସମୟରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଲକଷଣ୍ଢା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ଜୁଆଡିମାନଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍ ଓ ତାସ୍ ଜବତ କରିଥିଲା I ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଓପିଜି ଆକ୍ଟ ବଳରେ କେସ୍ ନମ୍ବର୍ 360/20 ରେ ଏକ ମାମଲା ରୁଜୁ କରି ଆଜି ସମସ୍ତଙ୍କୁ ଗିରଫ କରାଯାଇଛି ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି I ଆଗାମୀ ଦିନରେ ଗାଙ୍ଗପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଜୁଆ ମୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ୍ ପ୍ରକାଶ କରିଛନ୍ତି I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO