ମିଳିତ ସୂଚନା ଅନୁସାରେ ଅଭିଯୁକ୍ତ ସରକୁମ୍ପା ଗ୍ରାମ ର ବଂଶୀଧର ପଟ୍ଟନାୟକ 2018 ଡିସେମ୍ବର ମାସରେ ବିଶାଖାପାଟଣା ଅନ୍ତର୍ଗତ ପୋର୍ଟ ଅଞ୍ଚଳ ରେ ରହୁଥିଲେ ସେଠାରେ କିଛି ଶ୍ରମିକ ମାନଙ୍କ ର ସଂସ୍ପର୍ଶ ଆଶି ନିଜେ ଜଣେ ଗଞ୍ଜାମ ଜୀର୍ଲ୍ଲା ଗୋପାଳପୁର ପୋର୍ଟ ର ସୁପରଭାଇଜର ପରିଚୟ ଦେଇ କିଛି ଶ୍ରମିକ ମାନଙ୍କ ବିଶ୍ୱାସଭlଜନ ହୋଇଥିଲେ ସେଠାରେ ପୋର୍ଟ ରେ କାମ କରୁଥିବା ଜଣେ ପୋର୍ଟ ରେ ଅସ୍ଥାୟୀ କର୍ମଚାରୀ ଏମ ନାନୀ ବାବୁ ଙ୍କ ସହ ଧୀରେ ଧୀରେ ବନ୍ଧୁତା କରିଥିଲେ l ନାନୀ ବାବୁ ସହଯୋଗ ରେ ଗୋପାଳ ପୁର ପୋର୍ଟ ରେ ଚାକିରୀ କରାଇଦେବା ର ମିଥ୍ୟା ପ୍ରତିଶୃତି ଦେଇ ପ୍ରାୟ 90 ଜଣକ ଠାରୁ ମୁଣ୍ଡ ପିଛା 30ହଜାର ଟଙ୍କା ମୋଟ 27ଲକ୍ଷ ଟଙ୍କା 2019ଅଗଷ୍ଟ ମାସ ଭିତରେ ସଂଗ୍ରହ କରିଥିଲେ l ବିଭିନ୍ନ ସମୟ ରେ ଆନ୍ଦ୍ର ଓଡିଶା ଯିବା ଆସ କରି ଲୋକ ଙ୍କୁ ଚୂନ ଲଗାଇ ବାରେ ସଫଳ ହୋଇ ଥିଲେ ବଇଁଶୀ l
ଶ୍ରମିକ ଙ୍କୁ ମିଥ୍ୟା ନିଯୁକ୍ତି ପତ୍ର, ପରିଚୟ ପ୍ରମାଣ ପତ୍ର ଯୋଗାଇ ଥିଲେ ଏ ବଂ ସମସ୍ତ ଙ୍କୁ 2020 ଅଗଷ୍ଟ ମଧ୍ୟରେ ରେ କର୍ମ କ୍ଷେତ୍ର ରେ ଯୋଗ ଦେବାପାଇଁ ନିଯୁକ୍ତି ପତ୍ର ରେ ସ୍ପଷ୍ଟ ଭାବେ ଉଲେଖ କରାଯାଇ ଥିଲା କିନ୍ତୁ 2020 ଅଗଷ୍ଟ ମାସ ଠୁ ଟଙ୍କା ଦେଇଥିବା ବ୍ୟକ୍ତି ଓ ଲେବର ୟୁନିଅନ ର ଏମ ନାନୀ ବାବୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ବଂଶୀ ଫୋନ ଗ୍ରହଣ କରିନଥିଲେ ପରେ ସିମ ବାହାର କରିଦେଇ ଥିଲେ l ସେହିଦିନ ଠାରୁ ଏ ମ ନାନୀ ବାବୁ ବଂଶୀ ଙ୍କ ଖୋଜ ଖବର ଆରମ୍ଭ କରିଥିଲେ କାରଣ ବଂଶୀ ଦେଇଥିବା ଠିକଣା ଟି ଭୁଲ ଥିଲା l
ଅନ୍ୟ ପକ୍ଷରେ ବଂଶୀ କୁ ଖୋଜି ଖୋଜି ନାନୀ ବାବୁ ଜଗନ୍ନାଥ ପ୍ରସାଦ ବଜାର ରେ ଚକର କାଟୁଥିବା ବେଳେ ବଂଶୀ ଏକ ଢାବାରୁ ବାହାରି ନିଜର ସ୍କୁଟି ଗାଡି OD25K 7352 ଷ୍ଟାର୍ଟ କରୁଥିବା ଦେଖିବାକୁ ପାଇଥିଲେ l ସତର୍କତା ସହ ଗାଡି ଟିର ନମ୍ବର କୁ ନୋଟ କରି ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ I ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଗାଡିର ନମ୍ବର ତନଖି କରି ଗତ ରାତ୍ର ରେ ସରକୁମ୍ପା ଗ୍ରାମ ରେ ନିଜ ବାସ ଗୃହ ରେ ଚଢ଼ାଉ କରି ନକଲି କାଗଜ ପତ୍ର ଜବତ କରି ଅଭିଯୁକ୍ତ କୁ ଥାନାକୁ ଆଣିଥିଲେ I ପଚରା ଉଚରା ପରେ ବହୁ ବିଳମ୍ବରେ ବଂଶୀ ସତକଥା ପୋଲିସ ଆଗରେ ମାନିଥିଲେ I ଘରେ ରଖି ଥିବା 48 ହଜାର ପୋଲିସ ଜବତ କରିଥିଲା l ଆଉ କିଛି ଅର୍ଥ ର ହିସାବ ଦେଇପାରିନଥିଲେ l କିଛି ଅସାଵ ପତ୍ର ସ୍କୁଟି ଗାଡି କିଣି ଥିବା ସୂଚନା ମିଳିଛି l ବିଶାଖାପାଟଣା ରୁ ଆସିଥିବା ଏମ ନାନୀବାବୁ ଙ୍କ ଅଭିଯୋଗ ଭିତିକରି ମାମଲା ନମ୍ବର 298/22ଦଫା 419, 420’460, 471, ପ୍ରକାରେ ବଂଶୀ କୁ କୋର୍ଟ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଠକେଇ ଅର୍ଥ ରେ କିଣିଥିବା ସ୍କୁଟି ଗାଡି କୁ ଜବତ ହୋଇ ଥିବା ସୂଚନା ମିଳିଛି l