Related Stories
November 23, 2024
ମାଲକାନଗିରି-ମାଓ ସଂଗଠନ ପକ୍ଷରୁ ଆଜି ଏକ ଅଡିଓ ଟେପ୍ ଜାରି ହୋଇଛି । ଏହି ଅଡିଓରେ ମାଓନେତା କୈଳାସ କହିଛନ୍ତି ଯେ ସ୍ୱାଭିମାନ ଅଂଚଳରେ ଗତ ୧୩ ତାରିଖରେ ହୋଇଥିବା ଗୁଳିବିନିମୟ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା । କମ୍ରେଡ ମାଲେସ ଏବଂ ଶାନ୍ତମା ଆଦିବାସୀଙ୍କ ହିତ ପାଇଁ ଲଢ଼ୁଥିବା ବେଳେ ସେମାନଙ୍କୁ ନିର୍ମମ ହତ୍ୟା କରି ପୁଲିସ ଏନକାଉଣ୍ଟର ର ଆଖ୍ୟା ଦେଇଛି । ମାଓ ସଂଗଠନର ୨ ଜଣଙ୍କୁ ପୁଲିସ ଅଟକ ରଖିଥିବା ସେ ଅଭିଯୋଗ କରିବା ସହ ତୁରନ୍ତ ଏମାନଙ୍କୁ କୋର୍ଟରେ ହାଜର କରିବା ପାଇଁ ସେ ଦାବି କରିଛନ୍ତି । ମାଓ ସଂଗଠନକୁ ଦମନ କରିବା ଆଳରେ ପୁଲିସ ନୀରିହ ଆଦିବାସୀଙ୍କୁ ମାଓବାଦୀ ନାମରେ ମିଥ୍ୟା ଏନକାଉଣ୍ଟର କରୁଛି । ସ୍ୱାଭିମାନ ଅଂଚଳର ଖଣି ଖାଦାନ ଏବଂ ବନ୍ୟଜାତ ଦ୍ରବ୍ୟକୁ ଲୁଟ କରୁଥିବା ସରକାରଙ୍କ ବିରୁଦ୍ଧରେ ମାଓ ସଂଗଠନକୁ ଦୁର୍ବଳ କରିବାକୁ ପୁଲିସ ପ୍ରୟାସ କରୁଛି । ଏହି ଏନକାଉଣ୍ଟର ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାଓନେତା କୈଳାସ ଦାବି କରିଛନ୍ତି ।