
ରାଉରକେଲା,ରାଉରକେଲା ଭିଜିଲାନ୍ସ ଏସପି ଙ୍କ ନେତୃତ୍ୱରେ ଆଜି ସୁନ୍ଦରଗଡ ଠାରେ ଜଣେ ଇଂଜିନିୟରଙ୍କ ଅଫିସ,ଘର,ସଂପର୍କୀୟ ଭାଇଙ୍କୁ ମିଶାଇ ୬ଟି ସ୍ଥାନରେ ୬ଟି ଟିମ ର ୪୦ ଅଫିସର ଚଢାଉ କରିବା ସହ ଆୟବର୍ହିିଭୁତ ସଂପତି ସଂପର୍କରେ ଯାଂଚ ଚଲାଇଛନ୍ତି ।ଏହାରି ଭିତରେ ତାଙ୍କର ଫାର୍ମ ହାଉସ କୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛ ,ଫାର୍ମ ହାଉସ ସାଙ୍ଗକୁ ସେଠାରେ ୨ମହଲା କୋଠା ଆଲୋଚନାର ବିଷୟ ହୋଇଛି । ସୁନ୍ଦରଗଡ ଜିପିଏଚ(ପିଡବ୍ଲୁଡିର ଶାଖା) ସୁନ୍ଦରଗଡରେ କାମ କରୁଥିବା ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ଏଡିବି କଲୋନୀ ଘରନଂ-୭ ସମେତ ତାଙ୍କ ସୁନ୍ଦରଗଡ ଅଫିସ,ଦେବଗଡ ରେ ରହୁଥିବା ଭାଇ,ଦେବଗଡ ରିଆମାଳ ,କେନ୍ଦୁପାଟରେ ଥିବା ଫାର୍ମହାଉସ,ଅନୁଗୁଳରେ ଥିବା ଶ୍ୱଶୁରଘର ଓ ଜଣେ ସଂପର୍କୀୟଙ୍କ ବାସଭବନରେ ଚଢଉ କରାଯାଇଛି ।ଶ୍ରୀ ପ୍ରଧାନ କାମକରୁଥିବା ବିଭାଗ ପୁର୍ତବିଭାଗର ଏକ ଶାଖା ହୋଇଥିଲେ ବି ଏହି ବିଭାଗ ସରକାରଙ୍କର ସମସ୍ତ ନୁଆଘର ଗୁଡିକୁ ତିଆରି କରିଥାନ୍ତି । ଚଢଉ ସମୟରେ ପ୍ରାଥମିକ ଯାଂଚରୁ ଜଣାପଡିଛ,ି ସମ୍ବଲପୁରରେ ଜମି କିଣା ସାଙ୍ଗକୁ ଫାର୍ମହାଉସରେ ପାଖା ପାଖି ୧୬ଟି ପ୍ଲଟ,ସମ୍ବଲପୁର ଟାଉନରେ ୩୩ଡିସିମିଲ ଯାଗା,ଭୁବନେଶ୍ୱରରେ ୯ଡିସିମିଲ ଯାଗା,ପୁଅ ନାମରେ ଦେବଗଡ ଜିଲ୍ଲାରେ ୫ଏକର ଜମି, ଅନୁଗୁଳରେ ଯାଗା,୨ମହଲା ଘର,୨୫୩ ଗ୍ରାମ ସୁନା,ନଗଦ ଦେଢ ଲକ୍ଷ , ମିଳିଥିବା ଭିଜିଲାନ୍ସ କହିଛି ।ତେବେ ସ୍ଥାୟୀ ଜମା,ଗାଡି ଇନ୍ସୁରାନ୍ସ ଆଦିର ହିସାବ ଜାରୀ ରହିଛି ବୋଲି ସୁଚନା ମିଳିଛି । ଏହି ଅଧିକାରୀ ଙ୍କର ଆୟ ବର୍ହିିଭୁତ ସଂପତିର ମୁଲ୍ୟ କେତେ ତାହା ଜଣା ପଡି ନଥିଲେ ବି ଏହା କୋଟିଏ ଟପିବ ବୋଲି ଆଲୋଚନା ଚାଲିଛି । ସରକାରଙ୍କ ନୁଆ ଅଫିସ ,ବାସଭବନ ତିଆରିଦାୟିତ୍ୱରେ ଥିବା ବାବୁ ମାନଙ୍କର ଜଦି ଏବଳି ସଂପତି ବାହାରେ ତେବେ ତିଆରି ହୋଇଥିବା ଘର ଗୁଡିକ କେତେ ଶକ୍ତ ଥିବା ତାହା କେହିବି ଆକଳନ କରିପାରିବ ।ରାଉରକେଲା ଏସପି ଭିଜିଲାନ୍ସ ଡିଭିଜନର ଅଧିକାରୀ ମାନେ ଏହି ଚଢଉରେ ସାମିଲ ହୋଥିବା ବେଳେ ଏସପି ଶୁବାଷ ସ୍ୱାଇଁ ସମସ୍ତ ଚଢଉ ଉପରେ ନଜର ରଖିଥିବା ଖବର ମିଳିଛି । ଏକଦା ରାଉରକେଲା ଭିଜିଲାନ୍ସ ମାମାଲାକୁ ନେଇ ସମାଲୋଚନାରେ ଥିବା ବେଳେ ଶ୍ରୀଯୁକ୍ତ ସ୍ୱାଇଁ ଏସପି ଭାବେ ୍ୋଗଦାନ କରିବା ପରେ ରାଉରକେଲା ଏସପି ଭିଜିଲାନ୍ସ ଅଫିସ ର କାମ କୁ ଜିଲ୍ଲାରେ ସ୍ୱାଗତ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO