-
ଖାଲି ପଡିଥିବା ନର୍ସିଂ ପଦବୀ ପୂରଣ ଓ ଏଥିରେ କରୋନା ସମୟରେ ସେବା ଦେଇଥିବା ନର୍ସିଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦିଆ ଯାଉ
ସେ ଏହି ପତ୍ରରେ ଲେଖିଛନ୍ତି ଯେ କରୋନା ମହାମାରି ବେଳେ ଯେଉଁ ନର୍ସିଙ୍ଗ ସ୍ୱାସ୍ଥ୍ୟ କର୍ମୀମାନେ ନିଜ ଜିବନକୁ ବାଜି ପକାଇ ସ୍ୱାସ୍ଥ୍ୟସେବା ସମ୍ଭାଳୁଥିଲେ ସେମାନେ ଆଜି ରାଜରାସ୍ତାରେ ବସିଛନ୍ତି । ସରକାର ସେମାନଙ୍କ ଦାବିକୁ ଶୁଣୁନାହାନ୍ତି । ଏବେବି କରୋନା ମହାମାରିରୁ ବିଶ୍ୱ ମୁକ୍ତ ହୋଇନାହିଁ । ଏପରି ସ୍ଥିତିରେ ରାଜରାସ୍ତାରେ ନର୍ସିଙ୍ଗ ସ୍ୱାସ୍ଥ୍ୟକର୍ମୀମାନେ ବସିବା ଚିନ୍ତାଜନକ । ଆଗକୁ ଭ୍ୟାକିନେସନ କରାଯିବ । ସେତେବେଳେ ଏହି ଭ୍ୟାକିନେସନ କରାଇବାରେ ଏହିମାନେ ତ ସେବା ପ୍ରଦାନ କରିବେ ।
ସେ କହିଛନ୍ତି ଯେ ରାଜ୍ୟରେ ସରକାରୀ ଡାକ୍ତରଖାନା ମାନଙ୍କରେ ପ୍ରାୟ ଅଧା ନର୍ସିଙ୍ଗ ପଦବୀ ଖାଲି ପଡିଛି । ସରକାର ତାହାକୁ ତୁରନ୍ତ ପୁରଣ କରନ୍ତୁ । ସେହି ସମୟରେ ଯେଉଁମାନେ କରୋନା ମୁକାବିଲାରେ ଯୋଦ୍ଧା ସାଜି ଓଡିଶାବାସୀଙ୍କ ଜୀବନ ରକ୍ଷା କରିଥିଲେ ସେମାନଙ୍କୁ ଆଗ୍ରାଧୀକାର ଦିଆଯାଇ ସେମାନଙ୍କ ନିଯୁକ୍ତିକୁ ସୁନିଶ୍ଚିନ୍ତ କରାଯାଉ ବୋଲି ସେ କହିଛନ୍ତି ।
ସେ ଲେଖିଛନ୍ତି ଯେ ଯେହେତୁ ବିଗତ ୧୦ ବର୍ଷ ହେଲାଣି ରାଜ୍ୟରେ ଏଏନଏମ ପଦବୀରେ ନୁଆ ନିଯୁକ୍ତି ହୋଇନାହିଁ, ସେଥିପାଇଁ ସର୍ବାଧୀକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ ବୟସ କରାଯାଉ । ଇଣ୍ଡିଆନ ପବ୍ଲିକ ହେଲ୍ଥ ଷ୍ଟାଣ୍ଡାର୍ଡ ୨୦୧୨ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୧୩ ଅନୁଯାୟୀ ରାଜ୍ୟରେ ଆବଶ୍ୟକୀୟ ସମସ୍ଥ ସ୍ୱାସ୍ଥ୍ୟ କର୍ମୀ, ନର୍ସିଙ୍ଗ ପଦବୀକୁ ପୁରଣ କରାଯାଉ ବୋଲି ସେ ଦାବି କରିଛନ୍ତି ।