
ନୂଆଦିଲ୍ଲୀ, ସିଙ୍ଗାପୁରରେ ଫାଇଜର କରୋନା ଟିକାକୁ ଅନୁମତି ମିଳିଛି । ବ୍ରିଟେନ, ବାହାରିନ ଓ ଆମେରିକା ପରେ ଏବେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ଅନୁମତି ମିଳିଛି । ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଘୋଷଣା କରିଛନ୍ତି ଯେ ୨୦୨୧ର ୩ୟ କ୍ୱାର୍ଟର ସୁଦ୍ଧା ଦେଶର ସମସ୍ତ ୫.୭ ମିଲିୟନ ଲୋକଙ୍କୁ କରୋନା ଟିକା ପ୍ରଦାନ କରାଯିବ। ଏହାକୁ ଦେଶର ସମସ୍ତ ନାଗରିକ ଓ ସିଙ୍ଗାପୁରରେ ଦୀର୍ଘଦିନ ହେଲା ବସବାସ କରୁଥିବା ଲୋକଙ୍କୁ ସଂପୂର୍ଣ୍ଣ ଭାଗେ ମାଗଣାରେ ଉପଲବ୍ଧ କରାଯିବ।
ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ, ଅନ୍ୟ ଫ୍ରଣ୍ଟଲାଇନ ୱାର୍କର୍ସ ଓ ବୟସ୍କମାନଙ୍କର ଟିକା କରଣ କରାଯିବ ବୋଲି ସେ କହିଛନ୍ତି। କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ ଏହା ସ୍ୱେଚ୍ଛାକୃତ। କିନ୍ତୁ ଟିକା ସୁରକ୍ଷିତ ବୋଲି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଲି ନିଜେ ଓ ଆଉ କିଛି ସରକାରୀ ଅଧିକାରୀ ଆରମ୍ଭରୁ ଫାଇଜର ଟିକା ଗ୍ରହଣ କରିବେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO