ନୂଆଦିଲ୍ଲୀ, ବିଶ୍ୱରେ କରୋନାରେ ବର୍ତମାନ ସୁଦ୍ଧା ୭ କୋଟି ୨୬ ଲକ୍ଷ ୨୧ ହଜାର ୮୫୭ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି 1୬ ଲକ୍ଷ ୧୮ ହଜାର ୪୬୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫ କୋଟି ୮ ଲକ୍ଷ ୪୬ ହଜାର ୪୪୫ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧ ଲକ୍ଷ ୫୬ ହଜାର ୯୫୧ ଜଣ ଲୋକ ସକ୍ରିୟ ଅଛନ୍ତି ।
ଅନ୍ୟ ପକ୍ଷରେ ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା କୋଟିଏ ୬୭ ଲକ୍ଷ ୨୯ ହଜାର ୫୩୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୩ ଲକ୍ଷ ୬ ହଜାର ୪୨୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୯୭ ଲକ୍ଷ ୧୮ ହଜାର ୪୬୨ ଜଣ ସୁସ୍ଥ ହୋଇଥିବା ବେଳେ ୬୭ ଲକ୍ଷ ୪ ହଜାର ୬୪୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୭ ହଜାର ୬୨୬ ଜଣ ଗୁରୁତର ଅଛନ୍ତି ।