ବାରାକପୁର ପୋଲିସ କମିସନର ମନୋଜ କୁମାର ବର୍ମା ଏହି ସୂଚନା ଦେଇ କହିଛନ୍ତି ଯେ, ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଘଟଣାର ତଦନ୍ତ କରୁଛି । ଯଦି ଏହି ଘଟଣାରେ ଅନ୍ୟମାନେ ସଂପୃକ୍ତ ଥିବେ, ତା’ହେଲେ ସେମାନେ ଖୁବ ଶୀଘ୍ର ଗିରଫ ହେବେ ।
ଶନିବାର ବିଜେପି ନେତା ସୌକତ ଭବାଲ ଓ ଅନ୍ୟ ଜଣଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ମାରିଥିଲେ । ପରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପଂଚି ସମସ୍ତ ୭ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ସୌକତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ବାରାକପୁରରୁ ବିଜେପି ସାଂସଦ ଅର୍ଜୁନ ସିଂହ ଅଭିଯୋଗ ଆଣିଛନ୍ତି ଯେ, ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଭବାଲଙ୍କୁ ହତ୍ୟା କରିଛନ୍ତି । ମାତ୍ର ରାଜ୍ୟରେ କ୍ଷମତାସୀନ ଦଳ ସାଂସଦଙ୍କ ଅଭିଯୋଗକୁ ଖଣ୍ଡନ କରିଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଆକ୍ରମଣ କରି ହତ୍ୟା କରିବା ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକ ଥର ଘଟିଛି ।