କେନ୍ଦୁଝର– କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ସଠିଘର ସାହି ଛକରେ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତ୍ରୀରେ ଏକ ଦୁର୍ଘଟଣା ଘଟିଛି । ଗୋଟିଏ ଆଇରନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ ଗୋଟିଏ ଘର ଉପରେ ଚଢି ଯିବା କାରଣରୁ ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି ।
ମିଳିଥିବା ସୂଚନା ନୁସାରେ, ଗତକାଲି ବିଳମ୍ବିତ ରାତିରେ ସଠିଘର ସାହି ଛକରେ ଏକ ଆଇରନ ବୋଝେଇ ଟ୍ରକ ଯାଉଥିବା ବେଳେ ଭାରସାମ୍ୟ ହରାଇଥିଲା । ଫଳରେ ରାସ୍ତାକ଼ଡରେ ଥିବା ଗୋଟିଏ ଘର ଉପରେ ଚଢି ଯାଇଥିଲା । ଟ୍ରକଟି ଚଢିଯିବା ଫଳରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ତିନି ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ବେଳେ ସେମାନଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି । ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଅଂଚଳରେ କିଛି ସମୟ ଉତେଜନା ପ୍ରକାଶ ପାଇଥିଲା । ଟାଉନ ପୋଲିସ ଖବର ପାଇ ସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।