![](https://indokalingtimes.com/wp-content/uploads/2019/09/muskan-haldi.jpeg)
ଭଦ୍ରକ – ଓଡ଼ିଶା ଖଦୀ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିଦର୍ଶନ କରିଛନ୍ତି। ବାଳାଶ୍ରମର ସµାଦକ ଅଶୋକ ଦାସ, ଅଧୀକ୍ଷକ ହୃଷିକେଶ ମହାନ୍ତି, ପରିଚାଳନା କମିଟିର ବରିଷ୍ଠ ସଦସ୍ୟା ପ୍ରାଧ୍ଯାପିକା ଝରଣା ପଟ୍ଟନାୟକ, ଡା. ରହେମୁନ ନେସା, ଶାନ୍ତିଲତା ନାଗ, ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ, ସମାଜସେବୀ ପ୍ରେମାନନ୍ଦ ଦାସ, ତଥା ଅନ୍ତେବାସୀମାନେ ପୁଷ୍ପଗୁଚ୍ଛ ଦେଇ ଶୀଯୁକ୍ତ ପାଇକରାୟଙ୍କୁ ସ୍ବାଗତ କରିଥିଲେ। ବାଳାଶ୍ରମ ପରିସର ମଧ୍ଯରେ ଥିବା ଗାନ୍ଧୀ ସ୍ମୃତି ମନ୍ଦିର ପରିଦର୍ଶନ କରିବା ସହ ଗାନ୍ଧୀ, ଜୀବରାମ କଲ୍ୟାଣ ଜୀ, ଈଶ୍ବରଲାଲ ବ୍ୟାସ ଓ କପିଳ ଚରଣ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଗାନ୍ଧୀ ସ୍ମୃତି ମନ୍ଦିରରେ ସଂରକ୍ଷିତ ହୋଇ ରହିଥିବା ଗାନ୍ଧିଜୀଙ୍କ ବ୍ୟବହୃତ ଆସବାବପତ୍ର ଦେଖô ଅଭିଭୁତ ହୋଇଥିଲେ। ତତ୍ପରେ ବାଳାଶ୍ରମ ସଭାଗୃହରେ ପ୍ରାଧ୍ଯାପିକା ଝରଣା ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀମାନେ ମାହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ନିଦ୍ର୍ଧେଶରେ ଜୀବରାମ କଲ୍ୟାଣ ଜୀ ପିତୃମାତୃହୀନ ଅସହାୟ ପିଲାମାନଙ୍କୁ ବାଳାଶ୍ରମରେ ରଖô େଯଉଁଭଳି ଭାବରେ ସେମାନଙ୍କୁ ସାମାଜିକ ମହାସ୍ରୋତରେ ସାମିଲ କରୁଥିଲେ ତାହା ଅଭିନନ୍ଦନୀୟ ବୋଲି ପାଇକରାୟ କହିଥିଲେ। ଏହିଭଳି ଏକ ପବିତ୍ର ସ୍ଥାନରେ ପାଦ ରଖô ସେ ନିଜକୁ ଧନ୍ୟ ମଣୁଥିବା ପ୍ରକାଶ କରିଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ, ଜାତି ଗଠନରେ ବାଳାଶ୍ରମର ଅନ୍ତେବାସୀମାନେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ। ଶ୍ରୀଯୁକ୍ତ ପାଇକରାୟ ୪୦ ଗୋଟି ଉପାଦେୟ ପୁସ୍ତକ ବାଳାଶ୍ରମର ଲାଇବ୍ରେରୀକୁ ପ୍ରଦାନ କରିବା ସହ ପିଲାମାନଙ୍କୁ ମିଷ୍ଟାନ୍ନ ବନ କରିଥିଲେ। ସµାଦକ ଅଶୋକ ଦାସ ବାଳାଶ୍ରମର ଅଭାବ ଅସୁବିଧା ସµର୍କରେ ଶ୍ରୀଯୁକ୍ତ ପାଇକରାୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏଠାରେ ଏକ ଗାନ୍ଧୀ ସର୍କିଟ ହାଉସ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ବାଳାଶ୍ରମର ଅନ୍ୟତମ ଉପଦେଷ୍ଟା ପରମାନନ୍ଦ ଦାସ ଗାନ୍ଧିଜୀଙ୍କ ୧୯୩୪ ମସିହା ହରିଜନ ପଦଯାତ୍ରା ଅବସରରେ ଏଠାରେ ୩ ଦିନ ରହଣି ସµର୍କରେ ବର୍ଣ୍ଣନା କରିଥିଲେ। ବାଳାଶ୍ରମର ଅଧୀକ୍ଷକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।