ଭଦ୍ରକ– ଭଣ୍ଡାରିପୋଖରୀ ବ୍ଲକରେ ପିଡିଏସ ସାମଗ୍ରୀ ଅନୀୟମିତା କେଳେଙ୍କାରୀ ଥମିବାର ନା’ ଧରୁନି। ବ୍ଳକର ରାଜେନ୍ଦ୍ରପୁର ପାୟତ ପାଇଁ ନିଯୁକ୍ତ ଡିଲର ଲକ୍ଷ୍ମୀନାରାୟଣ ସ୍ବୟଂ ସହାୟିକା ଗୋଷ୍ଠୀକୁ ଡିସେମ୍ବର ମାସର ଅନ୍ତୋଦୟ ଚାଉଳ, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ସହ ନଭେମ୍ବର ମାସର ଗହମ ମୋଟ ଛଅଶହ ବସ୍ତା ଖାଦ୍ୟ ସାମଗ୍ରୀ ପରିବହନ କରି ଆଣିଥିବା ଓଡି ୦୫ ଏଏଚ ୬୬୧୫ ନଂ ଟ୍ରକ େଯାଗେ ଗତ ୧୦ ତାରିଖରେ ଧାମନଗର ଛକ ଗୋଦାମରୁ ପରିବହନ କରାଯାଇଥିଲା। ହେଲେ ତିନି ଦିନ ବାର ଓଳି ଶୁ‹ିପି‹ା ହେବା ପରେ ଡିଲର ପଏରେ ୧୨ ତାରିଖ ଅପରାହ୍ନରେ ଖୋଲାମେଲାରେ ସାମଗ୍ରୀ ଅନଲୋଡ କରାଯାଇଥିଲା। ନୀୟମାନୁଯାୟୀ ପାୟତର ଡିଲର ପଏ ଭାବେ ଥଇଳା ଗ୍ରାମର ନିଦ୍ର୍ଧିଷ୍ଟ ଗୃହରେ କରାଯିବାକୁ କେତେକ ବ୍ୟକ୍ତି ତାଗିଦ କରିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା। ଦଶ ତାରିଖ ଦିନ ପାୟତ ଗୋଦାମ ଘରେ ଅନଲୋଡ କରିବାକୁ ଉଦ୍ୟମ କରାଯାଇଥିଲା। ଏଥିନେଇ ପ୍ରତିବାଦ କରାଯାଇଥିଲା। ଫଳରେ ଗାଡିସହ ସାମଗ୍ରୀ ଏଣେତେଣେ ବୁଲାବୁଲି କରି ଅନ୍ୟୋନପାୟ ହୋଇ ଥଇଳା ଗ୍ରାମର ବେଛପରି ସ୍ଥାନରେ ଶନିବାର ଅପରାହ୍ନରେ େଯାଗାଣ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାମେଲାରେ ଅନଲୋଡ କରାଯାଇଥିଲା। ଏହି ସମୟରେ ସ୍ଥାନୀୟ ଅଳର କେତେକ ଖାଉଟି ଉପଯୁକ୍ତ ଭାବେ ସାମଗ୍ରୀ ବିତରଣ କରାଯାଉଥିବା ନେଇ ପାଟିତୁଣ୍ଡ କରିଥିଲେ। ଆଇନସମ୍ମତ ସ୍ଥାନରେ ଅନଲୋଡ କରାଯିବାରେ ଅସୁବିଧା କେଉଁଠି ରହିଛି ବୋଲି ଅଭିେଯାଗକାରୀମାନେ ପ୍ରଶ୍ନ କରିଥିଲେ। ମନ୍ଦ ଉଦ୍ଧେଶ୍ୟ ରଖô ମନମୁଖô ଭାବେ ଅନ୍ୟାନ୍ୟ ସ୍ଥାନରେ ସାମଗ୍ରୀ ରଖାଯିବାକୁ େଯାଗାଣ ବିଭାଗ ଗ୍ରହଣ କରିବା କାର୍ଯ୍ୟକୁ ଅଭିେଯାଗକାରୀମାନେ ଅଙ୍ଗୁଳି ନିଦ୍ର୍ଧେଶ କରିଛନ୍ତି।