![](https://indokalingtimes.com/wp-content/uploads/2019/09/muskan-logo.jpeg)
ବାରିପଦା – ବାରିପଦା ପୌରପରିଷଦର ୨୩ ନମ୍ବର ୱାର୍ଡ଼ରେ ପୌରପରିଷଦର ସଫେଇ କର୍ମଚାରୀମାନେ ସଫେଇ କରୁଥିବା ସମୟରେ ସେମାନଙ୍କୁ କେତେକ ସ୍ଥାନୀୟ ଲୋକେ ମାଡ ଼ମାରିଥିବା ବିଷୟକୁ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ବଦଳରେ ସେମାନଙ୍କୁ ସୁରକ୍ଷା ଦେଉଥିବାର ଅଭିଯୋଗ ହୋଇଛି । ଏଥିସହିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ପୌରପରିଷଦର ସମସ୍ତ ସଫେଇ କର୍ମଚାରୀମାନେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ । ଫଳରେ ସହରରେ ସଫେଇ କାର୍ଯ୍ୟ ଠପ୍ ହୋଇଯାଇଥିଲା । ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ପୌରକାର୍ଯ୍ୟାଳୟରେ ପହଂଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବା ପରେ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା ।