ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଂଜାମ , ପୁରୀ, ଖୋର୍ଦ୍ଧା , ଜଗତସିଂହପୁର , କଟକ , ବଲାଙ୍ଗୀର , ନୂଆପଡା ,ସୋନପୁର ଓ ନବରଙ୍ଗପୁର ଆଦି ଜିଲ୍ଲାମାନଙ୍କର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ଅରେଂଜ ୱାର୍ଣ୍ଣିଂ ଜାରୀ କରାଯାଇଛି ।
ଏହା ବ୍ୟତୀତ କୋରାପୁଟ , କଳାହାଣ୍ଡି, କନ୍ଧମାଳ , ଗଜପତି , ନୟାଗଡ , କେନ୍ଦ୍ରାପଡା , ଭଦ୍ରକ , ଢେଙ୍କାନାଳ , ବରଗଡ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଶନିବାର ଓ ରବିବାର ମଧ୍ୟରେ ଅନୁଗୁଳ , ଦେବଗଡ , ସମ୍ବଲପୁର , ଝାରସୁଗୁଡା , ବରଗଡ , ନୂଆପଡା , କେନ୍ଦୁଝର , ଢେଙ୍କାନାଳ , ସୁନ୍ଦରଗଡ , ମୟୁରଭଂଜ ଆଦି ଜିଲ୍ଲାର କେତେକ ଅଂଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ସମୟରେ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଜାରୀ କରାଯାଇଛି । ତେବେ ସୋମବାର ବେଳକୁ ବର୍ଷାର ପରିମାଣ କମିବ ।