
ଭୁବନେଶ୍ୱର– ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଷୁଡି ପଡିଛି । ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନୁହନ୍ତି । ସରକାରରେ ଥିବା ମନ୍ତ୍ରୀ ମାନେ ଅପରାଧୀ ମାନଙ୍କୁ ସଂରକ୍ଷଣ ଦେଉଛନ୍ତି ବୋଲି କହିଛନ୍ତି ଓଡିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ଏହି ସବୁ ପ୍ରସଙ୍ଗକୁ ନେଇ ପାର୍ଟି ଆଗାମୀ ଦିନରେ ଲୋକ ମାନଙ୍କ ମଧ୍ୟକୁ ଯିବ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି ।
ପ୍ରଭାରୀ ଘୋଷିତ ହେବା ପରେ ନିଜର ପ୍ରଥମ ଗସ୍ତରେ ଓଡିଶା ଆସି ପହଂଚିଥିବା ପୁରନ୍ଦେଶ୍ୱରୀ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରୁ ଫେରିବା ପରେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ହେଲେ ରାଜ୍ୟ ସରକାର ଓଡିଶାର ଲୋକ ମାନଙ୍କୁ ଏହି ଯୋଜନାରୁ ବଂଚିତ କରି ରଖିଛନ୍ତି । ଏହା ଓଡିଶାବାସୀଙ୍କ ପ୍ରତି ଅନ୍ୟାୟ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହାର ଉତର ଦେବାକୁ ପଡିବ ବୋଲି ସେ କହିଛନ୍ତି ।
ପରୀ ହତ୍ୟା ମାମଲାରେ ସେ କହିଛନ୍ତି ଯେ ସେ ନୟାଗଢ ଯାଇ ତାଙ୍କର ପରିବାର ଲୋକଙ୍କୁ ଭେଟିଛନ୍ତି । ଏହି ମାମଲାରେ ପୀଡିତାଙ୍କ ପରିବାର ଅଭିଯୋଗ କରୁଥିବା ଲୋକଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରହିଛନ୍ତି । ତେଣୁ ତାଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO