
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଶୁକ୍ରବାର ମାର୍ଗଶିର କୃଷ୍ଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ପରେ ଉତ୍ପନ୍ନ। ଏକାଦଶୀ ନୀତି ପାଳିତ ହୋଇଅଛି । ଏହିନୀତି ୨୨ ଜଣ ସେବାୟତଙ୍କ ଦ୍ୱାରା ସାମ୍ପାଦିତ ହୋଇଥିଲା । ଆଜି ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ପ୍ରାତଃ ଘ.୬.୦୦ମି. ରେ ସମ୍ପର୍ଣ୍ଣ ହୋଇ ଭିତର ଶୋଧ ଘ.୬.୪୦ ରେ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସକାଳ ଘ.୬.୫୦ ମି. ରେ ବଢି ,ମଇଲମ ଘ.୬.୫୫, ତଡପ ଲାଗି ଘ.୭.୧୫, ଏବଂ ଅବକାଶ ପୂଜାଠା ଘ.୭.୨୫ ମି. ରୁ ଆରମ୍ଭ ହୋଇ ଅବକାଶ ପୂଜା ଶେଷ ଘ.୮.୦୦ ମି. ରେ ସମ୍ପର୍ଣ୍ଣ ପରେ ମହାପ୍ରଭୁଙ୍କ ମଇଲମ ସକାଳ ଘ.୮.୦୫ ରେ ହୋଇ ବେଶ ଶେଷ ସକାଳ ଘ.୯.୧୦ ରେ ବଢି ସୂର୍ଯ୍ୟପୂଜା ଘ.୯.୨୦ ହୋଇ ଦ୍ୱାରପାଳ ପୂଜା ଘ.୯.୨୦ ଏବଂ ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ପୂଜା ସକାଳ ଘ.୯.୫୦ ରେ ବସି ଗୋପାଳ ବଲ୍ଲବ ପୂଜା ଶେଷ ଘ.୧୦.୧୦ ରେ ସମ୍ପର୍ଣ୍ଣ ହେବାପରେ ସକାଳଧୂପ ଘ.୧୦.୨୫ ରେ ଡାକିଯାଇ ସକାଳଧୂପ ପୂଜା ଘ.୧୧.୫୦ ଶେଷ ହୋଇଥିଲା |ସକାଳଧୂପ ପ୍ରସାଦ ବାହାରି ଘ୧୧.୫୫ ରେ ପାଣି ପଡ଼ିଲା ପରେ,ଭୋଗ ମଣ୍ଡପ ଘ. ୧୨.୧୫ ଉଠି, ମଇଲମ ଘ୧୨.୩୦ ରେ ବଢି ଭୋଗମଣ୍ଡପ ପୂଜା ଗଜ.୧.୧୫ ରେ ହୋଇ ଭୋଗମଣ୍ଡପ ପୂଜା ଶେଷ ଅପରାହ୍ନ ଘ୨.୦୦ ହୋଇ ମଧ୍ୟାନ ଧୂପ ଦିବା ଘ.୨.୧୫ ରେ ଡାକିଯାଇ ଛେକ ଘ.୨.୨୫ ଆସି ,ପୂଜା ଘ.୨.୩୫ ମି.ହୋଇ ଟେରା ଘ.୩.୧୦ ଏବଂ ପୂଜା ଶେଷ ଘ.୩.୩୦ ମି. ରେ ସମ୍ପର୍ଣ୍ଣ ପରେ ଦ୍ଵତୀୟ ଭୋଗମଣ୍ଡପ ପରେ ଦଖିଣି ଘର ଭୋଗ ସମ୍ପର୍ଣ୍ଣ ପରେ ମହାପ୍ରଭୁଙ୍କ ମଇଲମ ହୋଇ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ସନ୍ଧ୍ୟା ଆଳତି ହେବାପରେ ଠାକୁରଙ୍କର ସର୍ବାଙ୍ଗ ଚନ୍ଦନ ଲାଗି ହୋଇଥିଲା । ସର୍ବାଙ୍ଗ ପୂର୍ବରୁ ଦଖିଣି ଘରୁ ମହାଜନେ ଶ୍ରୀମଦନମୋହନ ଙ୍କୁ ସିଂହାସନକୁ ବିଜେ କରାଇ, ଆଜ୍ଞାମାଳ ଲାଗି ପରେ ମହାଜନେ ମଦନମୋହନ ଙ୍କୁ ଝୁଲଣ ମଣ୍ଡପଠାରେ ଥିବା ପାଲିଙ୍କିରେ ବିଜେ କରାଇ ପଟୁଆରରେ ଶ୍ରୀମନ୍ଦିର ବେଢ଼ା ବୁଲି ପାଲିଙ୍କି ମଙ୍ଗଳାଙ୍କ ଆଗରେ ରଖି ମହାଜନେ ଠାକୁରଙ୍କୁ ଜୟବିଜୟ ଦ୍ଵାରକୁ ନେଲାପରେ, ବିଧିମତେ ପାଳିଆ ପଢ଼ିଆରୀ ଜୟବିଜୟ ଦ୍ୱାର ବନ୍ଦ କରି ଥିଲେ ଏବଂ ଖଟଶେଯ ମେକାପ ପୂର୍ବରୁ ପକାଇଥିବା ଆସନରେ ଠାକୁରେ ବିଜେ ହୋଇଥିଲେ | ଏହାପରେ ପୂଜାପଣ୍ଡା ସାମନ୍ତେ ଆସି କୋରା ଭୋଗ କଲାପରେ ଆଳତି, ବନ୍ଦାପନା ନୀତି ପରେ ପାଳିଆ ପଢ଼ିଆରୀ ଜୟବିଜୟ ଦ୍ୱାର ଖୋଲିବା ପରେ ଠାକୁରେ ଦକ୍ଷିଣ ଘରକୁ ବିଜେ କରିଥିଲେ , ଏହାପରେ ସନ୍ଧ୍ୟା ଧୂପ ଅନୁଷ୍ଟିତ ହୋଇ ମହାଦୀପ ଆଳତି ପାଇଁ ଗରୁଡ଼ ସେବକ ଚୂନରା ୩ଟି ରୁପା କଳସ ରେ ଘିଅ ଓ ପ୍ରତ୍ୟେକ ରେ କଦଳୀ ବାସୁଙ୍ଗାରେ ନୂଆ କନାକୁ ବଳିତା ଭଳି କରି ବାସୁଙ୍ଗାରେ ବୁଡ଼ାଇ ବଳିତାକାଠିକୁ ଉପରକୁ କରିଥାଏ , ଚୂନରା ତାହାଧରି ରତ୍ନସିଂହାସନ କୁ ଯାଇ ତିନି ବାଡର ତିନି ପଣ୍ଡାଙ୍କୁ ଦେଇଥିଲେ, ସେମାନେ ସଂସ୍କାର ପୂର୍ବକ ମହାଦୀପ ଆଳତି କରି ରତ୍ନସିଂହାସନ ଚାରିପଟେ ବେଢ଼ା ବୁଲି ଜୟବିଜୟ ଦ୍ୱାର ବାଟେ ଆସି ଶ୍ରୀଗଣେଶ ଙ୍କ ରାସ୍ତା ଦେଇ ମହାଦୀପ କଳସ ଧରି ଶ୍ରୀଶ୍ରୀ ବିମାଳାଙ୍କ ପର୍ଯ୍ୟନ୍ତ ଯାଇ ମା’ବିମଳା ଙ୍କ ମନ୍ଦିର ପାଖରେ ଅପେକ୍ଷାରେ ଥିବା ଚୁନାରାଙ୍କୁ ୩ ଟି କଳସ,ନିଳଚକ୍ରଙ୍କ ପାଇଁ ତୁଳସୀ,ଚନ୍ଦନ ଦେଇ ପଣ୍ଡା ମାନେ ଚାଲିଯାନ୍ତି ଏବଂ ଘଟୁଆରୀ ଚୁନାରାଙ୍କୁ ୧୨ ଟି ଚନ୍ଦ୍ରଉଦିଆ ଦେଲାପରେ କଳସ ରଖିଦେଇ ମହାଦୀପ,ଚନ୍ଦ୍ରଉଦିଆ ଧରି ତିନ ଜଣ ଚୁନାରା ସେବକ ସାଙ୍ଗରେ ନଡ଼ିଆ କତା ଲଗାଇ ନିଆଁ ନେଇଥିଲେ ଦଧିନଉତି ତଳେ ଠିଆହୋଇ ତୁଳସୀ,ଚନ୍ଦନ ନୀଳ- ଚକ୍ରଙ୍କୁ ଲାଗି କରି ଚାରି ପଟେ ତିନି ଘେରା ବୁଲି ଏବଂ ଚନ୍ଦ୍ରଉଦିଆ ପ୍ରତେକ ଦିଗରେ ତିନୋଟି ଲେଖାଏଁ ଜାଳି ନୀଳଚକ୍ରଙ୍କୁ ପ୍ରଦକ୍ଷଣ ସମୟରେ”ମା ପ୍ରଭୁ ପୁରୀ ରାଜାଙ୍କୁ(ନାମଧରି) ଶଙ୍ଖେ ପୁରାଇ ଚକ୍ର ଆଢୁଆଳେ ରଖନ୍ତୁ” ବୋଲି ଏବଂ ହରିବୋଲ ଡାକ ଦେଇ ଏକାଦଶୀ ନୀତି ସମ୍ପର୍ଣ୍ଣ କରିଥାନ୍ତି ।ଏହାପରେ ମହାପ୍ରଭୁ ଙ୍କ ମଇଲମ ହୋଇ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଠିତ ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO