
-
ଚଳିତ ଆର୍ଥୀକ ବର୍ଷର ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ପଣ୍ୟ ବୋଝେଇ ୧୩୦.୧୬ ନିୟୁତ ଟନ
-
ପୂର୍ବତଟ ରେଳପଥ ଏହି ସମୟ ମଧ୍ୟରେ ୭୨.୯୯ ନିୟୁତ ଟନ କୋଇଲା ପରିବହନ କରିଛି
-
ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦୈନିକ ପ୍ରାୟ ୧୪୨ ରେକ ପଣ୍ୟ ବୋଝେଇ କରାଯାଉଅଛି
ଭୁବନେଶ୍ୱର. ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦଶ ଦିନରେ ଅର୍ଥାତ୍ ଡିସେମ୍ବର ପହିଲା ଠାରୁ ୧୦ ତାରିଖ ମଧ୍ୟରେ ୬.୪୪ ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ୨୦୧୯ ର ଅନୁରୂପ ସମୟ ତୁଳନାରେ ୧୨.୫% ଅଧିକ ବୃଦ୍ଧି ପାଇଛି | ୨୦୧୯ ମସିହା ଡିସେମ୍ବର ମାସ ପ୍ରଥମ ୧୦ ଦିନରେ ଏହି ରେଳପଥ ୫.୭୩ ନିୟୁତ ଟନ୍ ମାଲ ପରିବହନ କରିଥିଲା |
ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସ ୧୦ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ୧୩୦.୧୬ ନିୟୁତ ଟନ ପଣ୍ୟ ପରିବହନ କରିଛି | ଏଥିରେ ୭୨.୯୯ ନିୟୁତ ଟନ କୋଇଲା, ୧୭.୩୬ ନିୟୁତ ଟନ ଲୁହାପଥର, ୧୧.୦୮ ନିୟୁତ ଟନ ଆଇରନ୍ ଏବଂ ଷ୍ଟିଲ୍, ଇସ୍ପାତ ଭିତ୍ତିକ କଞ୍ଚାମାଲ ୪.୮୭ ନିୟୁତ ଟନ, ସାର ୪.୬୩ ନିୟୁତ ଟନ, କଣ୍ଟେନର ବୋଝେଇ ୧.୯୮ ନିୟୁତ ଟନ, ଖାଦ୍ୟ ଶସ୍ୟ ୧.୭୬ ନିୟୁତ ଟନ, ପେଟ୍ରୋଲ ଉତ୍ପାଦ ଅନ୍ତର୍ଭୁକ୍ତ ୧.୭୪ ନିୟୁତ ଟନ ଏବଂ ଅନ୍ୟ ଦ୍ରବ୍ୟର ବୋଝେଇ ପରିମାଣ ୧୩.୭୫ ନିୟୁତ ଟନ |
ଏହି ବୋଝେଇ ଆକଳନ ହାସଲ କରିବାକୁ, ପୂର୍ବ ତଟ ରେଳପଥ ୨୦୧୯ ଡିସେମ୍ବର ମାସ ପ୍ରଥମ ୧୦ ଦିନରେ ଦୈନିକ ପ୍ରାୟ ୧୫୭.୯ ଟି ରେକ ପଣ୍ୟ ବୋଝେଇ କରିଥିବାବେଳେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ମାସ ପ୍ରଥମ ୧୦ ଦିନରେ ଦୈନିକ ପ୍ରାୟ ୧୭୭ଟି ରେକ ପଣ୍ୟ ବୋଝେଇ କରିଅଛି | ସେହିପରି, ଚଳିତ ଆର୍ଥୀକ ବର୍ଷର ଏପ୍ରିଲ ମାସ ପହିଲା ଠାରୁ ଡିସେମ୍ବର ମାସ ୧୦ ତାରିଖ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୧୪୨ଟି ରେକ ପଣ୍ୟ ବୋଝେଇ କରିଛି ଏବଂ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ରେକ୍ ପଣ୍ୟ ବୋଝେଇ କରିବାକୁ ଆଶା ରଖିଛି |
ଏହି ଅବଧି ମଧ୍ୟରେ, ଯଥା ଏପ୍ରିଲ ମାସ ପହିଲାରୁ ଡିସେମ୍ବର ମାସ ୧୦ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ତାଳଚେର ଅଞ୍ଚଳରୁ ଦୈନିକ ୪୦.୭ଟି ରେକ, ପାରାଦୀପ ଅଞ୍ଚଳରୁ ୧୯.୨ଟି ରେକ୍, ଧାମରା ଅଞ୍ଚଳରୁ ୧୩.୪ଟି ରେକ୍, ବିଶାଖାପାଟଣା ଅଞ୍ଚଳରୁ ୧୩.୯ଟି ରେକ, ଗଙ୍ଗାଭରମ ଅଞ୍ଚଳରୁ ୮.୪ଟି ରେକ, କେନ୍ଦୁଝର ନୟାଗଡ଼ ଅଞ୍ଚଳରୁ ୬.୩ଟି ରେକ, କୋଟ୍ଟଭଲସା -କୀରାନ୍ଦୁଲ ଲାଇନରୁ ୯.୩ଟି ରେକ, ଷ୍ଟିଲ ପ୍ଲାଣ୍ଟ ଅଞ୍ଚଳ ଗୁଡ଼ିକରୁ ୧୪.୩ଟି ରେକ, ଆଲୁମିନିୟମ୍ ଉତ୍ପତି ଅଞ୍ଚଳରୁ ୬.୭ଟି ରେକ ଏବଂ ରେଳପଥର ପରିସୀମା ମଧ୍ୟରେ ଅନ୍ୟାନ ସ୍ଥାନ ମାନଙ୍କରୁ ଦୈନିକ ପ୍ରାୟ ୯.୮ଟି ରେକ୍ ପଣ୍ୟ ପରିବହନ ପାଇଁ ବ୍ୟବହାର କରିଛି |
କୋଭିଡ ଯୋଗୁଁ ପୂର୍ବ ତଟ ରେଳ ଅଧୀନରେ ଥିବା ଶିଳ୍ପ ତଥା ଖଣିଜ ୟୁନିଟ୍ ଗୁଡିକରେ ତାଲା ବନ୍ଦ ଏବଂ କମ୍ କର୍ମଜୀବୀ ସତ୍ୱେ ରେଳପଥ ଏହି ସଫଳତା ହାସଲ କରିଛି | ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇବା ପାଇଁ, ପୂର୍ବତଟ ରେଳପଥ ଏହାର ମାନବ ଶକ୍ତି ଏବଂ ସରକାରୀ ଏବଂ ଶିଳ୍ପ ପ୍ରତିଷ୍ଠାନ ଗୁଡିକ ସହିତ ସଠିକ୍ ସମନ୍ୱୟ ରକ୍ଷାକରି ଉତ୍ତମ ଯୋଜନା ମାଧ୍ୟମରେ ରେଳପଥରେ ପରିବହନ ବୃଦ୍ଧି କରାଇବାପାଇଁ ଉଦ୍ୟମ ଜାରିରଖିଛି |
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୁଷଣଙ୍କ ଦକ୍ଷ ନେତୃତ୍ୱ ଏବଂ ମାର୍ଗଦର୍ଶନ ସହିତ କ୍ରମାଗତ ଭାବରେ ପଣ୍ୟ ବୋଝେଇ କାର୍ଯ୍ୟରେ ସମୀକ୍ଷା ଯୋଗୁଁ ରେଳପଥ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିଛି | ଏହା ବ୍ୟତୀତ, ପୂର୍ବ ତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ ମାନଙ୍କ ଦ୍ୱାରା ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡିକର ପରିବହନକୁ ରେଳ ପରିବହନ ପ୍ରତି ଆକର୍ଷିତ କରିବା ପାଇଁ ଅଭିନବ ନୀତି ପ୍ରସ୍ତୁତ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ଓ ସମନ୍ୱୟ ମାଧ୍ୟମରେ ସମ୍ପାଦନ କରିବାକୁ ପ୍ରୟାସ ରଖିଛି ଯାହାଦ୍ୱାରା ସଡକ ପଥରେ ପରିବହନ ହେଉଥିବା ଦ୍ରବ୍ୟ ଗୁଡିକୁ ରେଳରେ ପରିବହନ ପାଇଁ ଆକୃଷ୍ଟ କରାଯାଇ ପାରିବ |