ଭୁବନେଶ୍ୱର – ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ବରିଷ୍ଠ ପ୍ରୋଜେକ୍ସନିଷ୍ଟ ଶ୍ରୀ କମଳାକାନ୍ତ ଦାସ ଅସୁସ୍ଥତା ବଶତଃ ଏସସିବି ମେଡ଼ିକାଲରେ ଚିକିତ୍ସାଧିନ ଥିବାବେଳେ ଗତକାଲି ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀଙ୍କ ସମେତ ଦୁଇପୁତ୍ର ଉପସ୍ଥିତ ଥିଲେ । ସ୍ୱର୍ଗତ ଦାସଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ଧୁଆରିପାରି ଗ୍ରାମରେ । ସେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ । ତାଙ୍କ ମୃତ୍ୟୁରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।