
ଭଦ୍ରକ – ବାସ୍ତବରେ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଉକôଳର ମଣି। େଯଉଁଥିପାଇଁ ଏ ମାଟି ଓ ଦେଶ ତାଙ୍କୁ “ଉକôଳମଣି” ଉପାଧିରେ ଭୂଷିତ କରି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛି। ବର୍ମାନର ଅବକ୍ଷୟମୁଖୀ ସମାଜରେ ତାଙ୍କଭଳି ଜଣେ ତ୍ୟାଗୀ ମହାପୁରୁଷଙ୍କ ଆଦର୍ଶକୁ ଆଜିର ଯୁବପିଢି ପାଥେୟ କଲେ ରାମରାଜ୍ୟ ଗଠନ ହୋଇପାରିବ ବୋଲି ତାଙ୍କର ୧୪୨ତମ ଜନ୍ମ ଜୟନ୍ତୀ ଉସôବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକର ଉକôଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଉସôବକୁ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଇଂ ଅମ୍ବିକା ବଲ୍ଲଭ ସ୍ବାଇଁ, ବିଶିଷ୍ଟ କାଠ ଖୋଦେଇ ଶିଳ୍ପୀ ଗୁରୁ ପ୍ରହ୍ଲାଦ ପାଣି, ଡାକ୍ତର ଉମାକାନ୍ତ ଜେନା ଓ ଚିନ୍ମୟ ବେହେରା ଓ ନେତାଜୀ ସୁବାଷ ବାହିନୀ ଙ୍କୁ ସେମାନଙ୍କର ବିଶେଷ ଅବଦାନ ପାଇଁ ଉରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବଦ୍ର୍ଧିତ କରାଯାଇଥିଲା। ଟ୍ରଷ୍ଟର ମିଡିଆ ସେଲ୍ ଅଧ୍ଯକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉସôବରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ବିଧାୟକ ଶ୍ରୀ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲା ମୁଖ୍ୟ ଚିକିସôାଧିକାରୀ ପ୍ରଦୀପ କୁମାର ଖୁିଆ, ସମ୍ମାନିତ ଅତିଥି ଭାବେ ପୂର୍ବତନ କାଉନ୍ସିଲର ପ୍ରବୀର ଜେନା ପ୍ରମୁଖ େଯାଗଦେଇ ଉକôଳମଣିଙ୍କ ସଂପର୍କରେ ବିଶଦ ବ୍ୟାଖ୍ୟା କରିଥିଲେ। ପ୍ରାରମ୍ଭରେ ସାମ୍ବାଦିକ ଶ୍ରୀ ରାୟ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏଥିପୂର୍ବରୁ ପ୍ରାତଃରେ ସହରରେ ଥିବା କଚେରୀ ପରିସର ଓ ଡାହାଣୀଗଡିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ିରେ ପ୍ରାଥମିକ ଶିକ୍ଷକ ସଂଘର ଭଦ୍ରକ ବ୍ଲକ୍ ସଭାପତି ଭାସ୍କର ଚନ୍ଦ୍ର ନାୟକ, ସାମ୍ବାଦିକ ତପନ ମିଶ୍ର, ତପନ ସ୍ବାଇଁ, ରୂପକ ବିହାରୀ ରାୟ, ଜଗବନ୍ଧୁ ବେହେରା, ଗୌରହରି ନାୟକଙ୍କ ସମେତ ବିନୋଦ କୁମାର ଦାସ, ବିଶ୍ବଜିତ୍ ବଳ, ଅନାମ ଜେନା, ରବିନାରାୟଣ ସାହୁ, ଡ. ରାମଚନ୍ଦ୍ର ପଣ୍ଡା, ମୁକ୍ତିକାନ୍ତ ମଲ୍ଲିକ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଜିଲା ମୁଖ୍ୟ ଚିକିସôାଳୟ ରକ୍ତଭଣ୍ଡାରରେ ଟ୍ରଷ୍ଟ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ବିଧାୟକ ଶ୍ରୀ ମଲ୍ଲିକ ଉଦ୍ଘାଟନ କରିଥିଲେ। ଟ୍ରଷ୍ଟର ସାଧାରଣ ସଂପାଦିକା ସ୍ନିଗ୍ଧା ରାୟ, ସାମ୍ବାଦିକ ବିଦ୍ୟାଧର ସାହୁ, ଶୁଭେନ୍ଦୁ ଧଳ, ସୁଜିତ୍ ଧଳ, ଅଂଜଳି ଲେଙ୍କା, ଅମିତ ଲେଙ୍କା, ମୃତୁ୍ୟଞ୍ଜୟ ରାଉତ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ରକ୍ତଭଣ୍ଡାରର ରବିନାରାୟଣ ଖୁିଆ, ପ୍ରଗତି ଭୂୟାଁ, ଲକ୍ଷ୍ମୀପ୍ରିୟା ସାହୁ ଓ ସେଖ୍ ବୁଦ୍ଧିଆ ପ୍ରମୁଖ କର୍ମଚାରୀ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ। ଏହି ଅବସରରେ ସହରର ଗରିବ ଅସହାୟ ଲୋକଙ୍କୁ ବିସ୍କୁଟ ଓ କେକ୍ ବନ କରାଯାଇଥିଲା।