ନୂଆଦିଲ୍ଲୀ, ନଟରାଜନଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ବହୁତ ପ୍ରଭାବିତ ଅଛନ୍ତି ।
ସେ ନଟରାଜନଙ୍କ ପ୍ରଶଂସା କରି କହିଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପର ଯୋଜନାରେ ନଟରାଜନ ନିଜର ସ୍ଥାନ ରଖିପାରିଛନ୍ତି । ଯେ, ଦ୍ରୁତ ବୋଲର ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଟିମ ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇପାରନ୍ତି ।
ତାମିଲନାଡୁର ୨୯ ବର୍ଷୀୟ ବୋଲର ନଟରାଜନ କାନବେରାରେ ତୃତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି । ଏହା ପରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ସେ ୪ଟି ମ୍ୟାଚରେ ୮ଟି ୱିକେଟ ନେଇଛନ୍ତି । କୋହଲି ମ୍ୟାଚ ପରେ କହିଛନ୍ତି ଯେ, ନଟରାଜନ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ବଡ଼ ଦାୟିତ୍ୱ ନେଇଥିଲେ । ଚାପ ପରିସ୍ଥିତିରେ ସେ ଭଲ ବୋଲିଂ କରିଥିଲେ ।
ଅନ୍ତର୍ଜାତୀୟ ସ୍ତରରେ ନିଜର କ୍ୟାରିୟର ଆରମ୍ଭରୁ ସେ ଧୈର୍ଯ୍ୟ ଦେଖାଇଛନ୍ତି । ନଟରାଜନ ଜଣେ ବିନମ୍ର ଓ କଠୋର ପରିଶ୍ରମ କରିପାରୁଥିବା ଖେଳାଳି । ଭାରତ ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ବିଶ୍ୱକପ ଟି-୨୦ର ଆୟୋଜନ କରିବ । ମୋର ଆଶା ଯେ, ନଟରାଜନ ନିଜର ପରିଶ୍ରମ ଜାରି ରଖିବେ । ଯଦି ସେ ଆଜି ଭଳି ପ୍ରଦର୍ଶନ କରନ୍ତି, ତା’ହେଲେ ଆଗାମୀ ଦିନରେ ଆମ ପାଇଁ ନିଶ୍ଚିତ ଭାବେ ଭଲ ଖବର ଆସିବ ।