
ଭୁବନେଶ୍ୱର – ଟାଟା କମ୍ପାନୀରେ ଚାକିରି କରାଇବା ଆଳରେ ଟଙ୍କା ଆଦାୟ କରିଥିବା ଆକାଶ କୁମାର ପାଠକଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍ । ଭୁବନେଶ୍ୱର-କଟକ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଦସ୍ତଖତ ନମୁନାକୁ ଯାଂଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ । ଆପଏଂଟମେଂଟ ଲେଟରରେ ଥିବା ଆକାଶଙ୍କ ଦସ୍ତଖତକୁ ମେଳକ କରାଯିବ । ଟାଟା ନାଁରେ ଆକାଶ ବାଂଟିଥିବା ନିଯୁକ୍ତିପତ୍ର ସହ ଦସ୍ତଖତ ମେଳକ ହେବ ।
ପୂର୍ବରୁ ଆକାଶ କମ୍ପାନୀର କର୍ମଚାରୀ ନୁହଁନ୍ତି ବୋଲି ଟାଟା ପକ୍ଷରୁ ସ୍ପଷ୍ଟ କରା ଯାଇଥିଲା । ବର୍ତମାନ ଉଭୟ ଆକାଶ ଓ ତାଙ୍କ ବାପା ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଝାରପଡ଼ା ଜେଲରେ ଅଛନ୍ତି । ପୂର୍ବରୁ ଭିଜିଲାନ୍ସ ୩ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଆର୍ôଥକ କାରବାର ଓ ନିଯୁକ୍ତି ନାଁରେ ଠକେଇ ନେଇ ପଚରାଉଚରା କରିଥିଲା । ତେବେ ସ୍କାଏକିଙ୍ଗ ଟ୍ରାଭେଲ୍ ଏଜେନ୍ସିକୁ ୬୩ ଲକ୍ଷ ଟଙ୍କାର ଠକେଇ ନେଇ ଆକାଶଙ୍କ ନାମରେ ହୋଇଥିବା ମାମଲାର ତଦନ୍ତ କରୁଛି କମିଶନରେଟ୍ ପୁଲିସ । ଭୁବନେଶ୍ୱରର ଖାରବେଳ ନଗର ଥାନାରେଏହି ଠକେଇ ମାମଲା ରୁଜୁ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO