କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଅଣ୍ଡରା ଗ୍ରାମର ଜଣେ ଯାତ୍ରୀଙ୍କ ଗୋଡ ଉପରେ ବସ୍ ଚଢିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପଟ୍ଟାମୁଣ୍ଡାଇ ଥାନା ଅଧିନ ଅଣ୍ଡରା ଗ୍ରାମର ସନତ ପାଢୀ ବୁଧବାର ଅପରାହ୍ନ ୩ଟା ସମୟରେ ବସ୍ରେ ପଟ୍ଟାମୁଣ୍ଡାଇ ଆସି ଓହ୍ଲାଉଥିବାବେଳେ ଅସାବଧାନତା ବଶତ ତାଙ୍କ ଗୋଡ ଖସିଯାଇଥିଲା । ତେବେ ତାଙ୍କର ବାମ ଗୋଡ ଚକାତଳକୁ ଚାଲିଯାଇଥିବା ବେଳେ ଗାଡି ଚାଳକ ଏହା ଜାଣିନପାରି ଗାଡି ଚଳାଇ ନେଇଥିଲେ । ଫଳରେ ବସ୍ର ପଛଚକ୍କା ତାଙ୍କ ଗୋଡ ଉପରେ ଚଢି ଯାଇଥିଲା । ସନତଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
Related Stories
October 25, 2024